Latest Odisha News

BREAKING NEWS

Browsing Tag

Sailen Routray

ଅନୁବାଦ କବିତା : ଧର୍ମପଦ

ମୂଳ ପାଲିର ସମ୍ପାଦନା - ପ୍ରହ୍ଲାଦ ପ୍ରଧାନ ଅନୁବାଦ - ଶୈଲେନ ରାଉତରାୟ କାମଗୁଣ  ଶୁଭରୂପେ ଦେଖି ଯେ ବିହରେ । ଅସଞ୍ଜତ ଅଟଇ ସେ ନିଜ ଇନ୍ଦ୍ରିୟରେ ।। ଭୋଜନରେ ମାତ୍ରାଜ୍ଞାନ ତାହାର ଯେ ନାହିଁ । ଅଳସ ଓ ହୀନବୀର୍ଯ୍ୟ ନିଶ୍ଚେ ସେ ଅଟଇ ।। ମାର ବଳାତ୍କାରେ ତା'ର…

କବିତା : ତା’ ସତ

ଶୈଲେନ ରାଉତରାୟ  ବାଟରେ ଭେଟିଥିବା ମୁସାଫିର ମୋତେ ପଚାରନା କବି ବୋଲାଇବାକୁ ମୁଁ ବିକଳ କାହିଁକି । ତା’ ସତ । ହେଲେ ମୁଁ ତା’ ଠାରୁ ଆହୁରି ବିକଳ ପଚି ସଢ଼ି, କବିତା ବହିଟିଏ ହେବାକୁ ଥିବା ଜିଅନ୍ତା, ବଢ଼ନ୍ତା ଗଛଟିଏର ଖତ ପାଲଟିବା ପାଇଁ ।୧। ହାଟରେ ବସିଥିବା ସଉଦାଗର ମୋତେ…

ଅନୁବାଦ କବିତା : ଧର୍ମପଦ

ମୂଳ ପାଲିର ସମ୍ପାଦନା - ପ୍ରହ୍ଲାଦ ପ୍ରଧାନ ଅନୁବାଦ - ଶୈଲେନ ରାଉତରାୟ  ଆକ୍ରୋଶ କରିଲା ମୋତେ ପ୍ରହାର କରିଲା । ପରାଜିତ କଲା, ମୋର ହରି ସେ ଯେ ନେଲା । ଏମନ୍ତ ବିଚାର ଯିଏ ପରିତ୍ୟାଗ କରେ । ବୈର ଭାବ ତା'ର ଶାନ୍ତ ନିଶ୍ଚିତ ଭାବରେ ।୪। ଇହଲୋକେ ବୈର ଦ୍ୱାରା ବୈରର ଶମନ ।…

ପୁସ୍ତକ ପରିଚୟ : ପୁଞ୍ଜିକୟାଁର ଫକୀର

ପୁଞ୍ଜିକୟାଁର ଫକୀର ଲେଖକ : ଦିନନାଥ ପାଠୀ ପ୍ରକାଶକ : ମିଡ଼ିଆ ଓଡ଼ିଶା ଭୁବନେଶ୍ୱର ମୂଲ୍ୟ : ୧୭୫ ଟଙ୍କା ପୄଷ୍ଠା: ୧୬୦ ଅନେକ ସମୟରେ ହାତକୁ ଏପରି ଖଣ୍ଡିଏ ବହି ଆସେ ଯାହାକୁ ଦେଖି, ପଢ଼ି ସାରିଲା ପରେ ମଣିଷ ଖଣ୍ଡେ ସମୟ ଫକାସ ମାରିବା ପାଇଁ ବସେ । ତା’ର ଇଚ୍ଛା ହୁଏ କୋଡ଼ିଏ ତିରିଶ…

ରାଜନୀତିର ବିଚାର ଓ ବିଚାରର ରାଜନୀତି

କିଶନ ପଟ୍ଟନାୟକଙ୍କ ପୁଣ୍ୟତିଥିରେ....... "ଯେଉଁଠାରେ ବୁଦ୍ଧିଜୀବୀର ଆତ୍ମ ଗୌରବ ନାହିଁ, ସେ ଛୋଟଲୋକ । ତେଣୁ ଜନମାନସ ଉପରେ ତାର ପ୍ରଭାବ ନ ପଡ଼ିବା ସ୍ୱାଭାବିକ ।" - କିଶନ ପଟ୍ଟନାୟକ, 'ଭାରତୀୟ ବୁଦ୍ଧିଜୀବୀର ସଙ୍କଟ' । କିଶନବାବୁଙ୍କୁ ପ୍ରାୟତଃ ସମସ୍ତେ ଜଣେ ସମାଜବାଦୀ ନେତା ଭାବରେ…

କବିତା : ଜୟ ଜୟ ଜଗନ୍ନାଥ କରୁଣା ସାଗର

ଶୈଲେନ ରାଉତରାୟ  ଜୟ ଜୟ ଜଗନ୍ନାଥ କରୁଣା ସାଗର । ଜୟ ନୀଳଗିରିନାଥ କମଳାର ବର । ୦। ପତିତପାବନ ବାନା ଅଧିକାରୀ ସେହି । ଯେହୁ ନେତ ଦରଶନେ ପାପ ଯାଏ ଦହି । ୧। ଆଦିଗନ୍ତ ଚରାଚର ମାନଚିତ୍ର ଯା'ର । ସେହି ପ୍ରଭୁ ପୟରରେ ଅଟେ ମୁଁ କିଙ୍କର । ।୨ ନ ଯିବି ଶିରିଡ଼ି, ନ ଗମିବି…

ଅନୁବାଦ କବିତା : ଧର୍ମପଦ

ମୂଳ ପାଲି ଗ୍ରନ୍ଥର ସମ୍ପାଦକ: ପ୍ରହ୍ଲାଦ ପ୍ରଧାନ ଅନୁବାଦ : ଶୈଲେନ ରାଉତରାୟ ସମସ୍ତ ଧର୍ମର ମୂଳ ମନ ବୋଲି ଜାଣ । ସେହିମାନଙ୍କ ମଧ୍ୟରେ ମନ ହିଁ ପ୍ରଧାନ । ପ୍ରଦୂଷିତ ମନେ ଯାହା କୃତ ଓ କଥିତ । ତହିଁରୁ ଦୁଃଖ ହୁଅଇ ନିଶ୍ଚିତ ଯେ ଜାତ ।। ଶଗଡ଼ଚକ ବଳଦ ପଛେ ଗଲା ପରି ଆବିଳ ମନକୁ…

କବିତା : ତୁମକୁ ଯେ ପ୍ରେମ କରିବି

ମାନିଲି ଯେ କେବେ ନା କେବେ ଥରେ ମରିବା ଦରକାର ହେଲେ ସେଥିପାଇଁ ମୁଁ ଯେ ନିଜେ ନିଜକୁ ହାଣିବି ତା' ଜରୁରୀ ନୁହେଁ ।୧। ମାନିଲି ଯେ ଗାଁରେ ଘର କରିଥିଲେ ବେଳେବେଳେ ଭୋଟ ଦେବାକୁ ପଡ଼େ ହେଲେ ସେଥିପାଇଁ ଯେ ଜିତିବାକୁ ଥିବା ଲୋକର ବୋତାମ ଚିପିବି ତା' ଜରୁରୀ ନୁହେଁ…

କବିତା : ଗଣ୍ଠି ତ ଫିଟିଲା

ଶୈଲେନ ରାଉତରାୟ  ଗଣ୍ଠି ତ ଫିଟିଲା, ଫିଟି ଫିଟି ମଲା, ଦେଖ ଆରେ ମନ ବାଇ । କେବେ ଯା’ ନଥିଲା, ଆଉ ନ ରହିଲା, କହିବୁ କାହାକୁ ଯାଇ ।୦। ଏକ ଅଣ୍ଡୁ ଜାତ ହୋଇଛନ୍ତି ସେତ ବେନି ପକ୍ଷୀ ଏକ ଡାଳେ ବସି ଇଚ୍ଛାମତେ ଦେଖ ତୁ ନିରତେ ମାତିଚନ୍ତି ଲୀଳାଖେଳେ ।୧। ଏକ ତ ଭୁଞ୍ଜଇ ଆର ନ…

ଗପ: ସିଂହପୁରରେ ପାଠପଢ଼ା

ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । ଜନ୍ମ ପରାଧୀନ ଭାରତବର୍ଷର ଅବିଭକ୍ତ କଟକ ଜିଲ୍ଲାର ଏକ ପଲ୍ଲୀଗ୍ରାମ ସିଂହପୁରରେ । ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍‌ଘାତରେ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା…