ସଞ୍ଜିତା ପ୍ରଧାନ 
ଅତୀତର କିଛି ତିକ୍ତତାକୁ
କବର ଦେବାକୁ ହେବ
ନୂତନତାର ପ୍ରଲେପ ପକେଇ ,
କିଛି ମିଠା ମିଠା ସ୍ମୃତି
ସାଉଁଟିବାକୁ ହବ ବିଗତ ଦିନର
ଚିତ୍ରପଟ୍ଟରୁ ,
ବହୁତ କିଛି ଯୋଜନାର
ଶୁଭାରମ୍ଭ କରିବାକୁ ହେବ
ବର୍ତ୍ତମାନର ଘଣ୍ଟା କଣ୍ଟା
ଟିକ୍ ଟିକ୍ ଶବ୍ଦରେ ,
ପୁରାତନକୁ ବିଦାୟ ଦେଇ
ନୂତନତାର ସ୍ୱାଗତ କରିବାକୁ ହେବ
ହଁ କିଛି ଖାସ୍ କରିବାକୁ ହେବ ।।
କେତେ ଦିନ ଆଉ
କୋହ ଭରା ସ୍ମୃତିକୁ ଦ୍ୱାହି ଦେଇ
ଲୁହରେ ସିକ୍ତ ହେବ ଏ ମଣିଷ ?
ଏଣିକି କିଛି ବିସ୍ମରଣ ହେଉ
ପୁଲକର ମଧୁରତାରେ,
ଜୀବନ ମଳୟ ଆଲିଙ୍ଗନରେ,
କିଛି ସୁନେଲି ସ୍ୱପ୍ନରେ,
ଯାହା ଦୁଃଖ ତାହା ଦୁଃଖ ନୁହେଁ
ଯାହା ସୁଖ ତାହା ସୁଖ ନୁହେଁ
କେବଳ ପରିସ୍ଥିତି ଅନୁସାରେ
ମନର କିଛି ଆବେଗ,
ତେଣୁ ନିଜର ଅନ୍ତଃକରଣ କରି
ଉଠିବାକୁ ହେବ,
ହଁ !! ନିଜ ପରିଚୟ
ଖୋଜିବାକୁ ହେବ,
କିଛି କରିବାକୁ ହେବ
କିଛି କରିବାକୁ ହେବ ।।
ଶିକ୍ଷୟିତ୍ରୀ
ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ
ସୁନ୍ଦରଗଡ଼
Comments are closed.