Latest Odisha News

BREAKING NEWS

କବିତା : ସମ୍ପର୍କ

ଶୁଭେନ୍ଦୁ କୁମାର ମହାପାତ୍ର

ସମ୍ପର୍କଟି କେବେ ସୂତାଖିଅକର
ଲୁହାର ଶିକୁଳି କେବେ
ସମ୍ପର୍କର ମୂଲ୍ୟ ତା ପାଇଁ ଅମୂଲ୍ୟ
ସୁମଣିଷ ଯିଏ ଭବେ ।

ସ୍ୱାର୍ଥର ସାଧନେ ଗଢ଼ା ସମ୍ପର୍କଟି
ଫୁଲରେ ଭ୍ରମର ପରି
ସ୍ୱାର୍ଥ ସରିଗଲେ ଉଡିଯାଇଥାଏ
ଆନଫୁଲେ ଆଶ୍ରାକରି ।

ସ୍ୱାର୍ଥାନ୍ଧ ମଣିଷ ଚଳନାରେ ପୂର୍ଣ୍ଣ
ଛଦ୍ମ ଆଭରଣେ ଥାଏ
ସମୟ ସୁଯୋଗ ବିନିଯୋଗ କରି
ସ୍ୱାର୍ଥ ସିଦ୍ଧି କରିଥାଏ ।

ମଣିଷଟି ଚିହ୍ନି ସମ୍ପର୍କ ଗଢିବ
ପାଖେଥିବ ଛାଇପରି
ଅବାଟକୁ ଗଲେ ବାଟକୁ ଆଣିବ
ରହୁଥିବ ହାତଧରି ।

ନିଃସ୍ଵାର୍ଥ ସମ୍ପର୍କ ଅଟେ ଚିରସ୍ଥାୟୀ
ନଉକା ଆହୁଲା ପରି
ବିପଦେ ଆପଦେ ପାଶେ ରହିଥାଏ
ଯାଏ ନାହିଁ ପରକରି ।

ମଙ୍ଗଳପୁର, ଯାଜପୁର

Leave A Reply

Your email address will not be published.