ସ୍ମୃତି ରଞ୍ଜନ ତ୍ରିପାଠୀ
ଯମୁନାରୁ ଯେବେ ସରି ସରି ଆସୁଥିଲା ବିରହ
ମୋ ଆଖିରୁ କିଛି ରାତି ଫିଟେଇ
ଜୁଳୁଜୁଳିଆ ସ୍ବପ୍ନରେ ଦେଖେଇଦେଲ ବାସ୍ତବ
ହଁ ଏମିତି ବି ହୁଏ ସକାଳ…
ମୁଁ ନାଉରୀ ନୁହେଁ
ବର° ଅଥଳ ସାଗରେ ଜଗିଛି
ଗୋଟେ ସଂକଳ୍ପକୁ
ବୁଡ଼ି ଗଲାବେଳେ
ଧୀକାରକୁ ସାଇତି ରଖିଲ ତମେ
ଗୋଟାଏ ପ୍ରଶ୍ନ କୁ ଜାବୁଡ଼ି ଧରି
ବାଲି ବିଛା ସତ ଉପରେ
ମୁର୍ମୂଷୁ ଶାମୁକାକୁ ସାଉଁଟି ଚାଲିଲ ଏଯାବତ୍
ହରିହରଙ୍କ ସମାବେଶ ହୋଇ
ପାଲଟି ଗଲ ଦେବୀଟିଏ ହୋଇ
ମୋ ଚିତ୍ରଖାତା ବାହାରେ
ବାକିରହିଲା ଇନ୍ଦ୍ରଧନୁ
ତମକୁ ପଚାରି ଆୟୁଷ ବି ଖପରା ମାରେ
Comments are closed.