Latest Odisha News

BREAKING NEWS

ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼, ପୋଲିସର ତଦନ୍ତ ଜାରି

ବ୍ରହ୍ମପୁର: ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ମେୟର । ଗତକାଲି ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି ।

ମିଳିଥିବା ଖବର ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୂର୍ବତନ ମେୟର ଶିବ ଶଙ୍କର ଦାସ ନିଜ କାମରେ ଯାଉଥିବା ସମୟରେ ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ କିଛି ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିଲେ । ବୋମାମାଡରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୂର୍ବତମ ମେୟର । କାହାରି କିଛି କ୍ଷୟକ୍ଷତି ହୋଇନଥିବାବେଳେ ଗାଡିର ଆଗ ଭାଗ ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଅନ୍ୟପଟେ ହଠାତ୍ ବୋମାମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଗୋଷାଣିନୂଆଗାଁ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୂର୍ବତନ ମେୟର ଶିବ ଶଙ୍କର ଦାସ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ କାରଣରୁ ବୋମାମାଡ ହୋଇଛି ତାହା ଏବେ ଅସ୍ପଷ୍ଟ ରହିଛି ।

 

 

Leave A Reply

Your email address will not be published.