ଶୁଭ୍ରାଂଶୁ ଶେଖର ମାହୁନ୍ତ
ତନୁମନ ମୋର ବିମୋହିତ ହୁଏ
ବରଷାକୁ ଆଜି ଦେଖି ,
ବରଷାରେ ଭିଜି ଆସନ୍ତ କି ତୁମେ
ଆଖି ମୋ ଯାଆନ୍ତା ଲାଖି ।
ଓଦା କବରୀର ନିଆରା ବାସ୍ନାରେ
ହଜି ମୁଁ ଯାଆନ୍ତି ସତେ,
ତୁମ କଥା ଭାଳି ଶିହରିତ ହୁଏ
ଆବେଗପଣରେ କେତେ ।
ଦୁର୍ଲ୍ଲଭ ଇଛାର ଅଝଟପଣରେ
ଖୋଜୁଅଛି ସେଇ ସ୍ମୃତି,
ଭୁଲିବି କେମିତି ତୁମରି ପରଶ
ତୁମ ସେ ଅଭୁଲା ପ୍ରୀତି ।
ସାଳନ୍ଦୀ ବାଇପାସ୍, ଭଦ୍ରକ
Comments are closed.