ସୁଜାତା ମିଶ୍ର
ଗୁଣୁଗୁଣାଏ ଥୋକା ଥୋକା ଅନ୍ଧାର
ନିବିଡ଼ତାର ଗୀତି..
ଅନ୍ତରଙ୍ଗ କିଛି ଅନୁଭୂତି..,
ମେଘ କାନେ ଚୁପ୍ କରି କିଛି କହେ,
କେବେ ପାହାଡ଼ ସାରା
ଅଜାଡ଼ି ଦିଏ ତାମସିକ
ଶୋଷର ତାତି,
କେରାଏ ଅବସୋସ, ଠୋପାଏ ଅଶାନ୍ତି..,
ଚାରି ଆଡ ଶୂନ୍ ଶାନ୍..
ଛାତି ତଳ
ଅନ୍ଧାରୁଆ ଗୁମ୍ଫାରେ
ପ୍ରତିଧ୍ୱନୀ ତୋଳେ
ଆଦିମ ଏକ ଆରଣ୍ୟକ ଭୀତି!
କୁହୁଡ଼ି-ପ୍ରାଚୀର ତୋଳେ..
କାକର-ଆଖିରେ ଦେଖେ,
ଦିଗନ୍ତରେ ଚମକି ଉଭେଇ
ଯାଏ ଇନ୍ଦ୍ରଧନୁ,
ଦେଇଯାଏ
ଘଞ୍ଚ ଅରଣ୍ୟର ଖୁନ୍ଦା ଖୁନ୍ଦି
ତରୁ-ଲତା-ଗୁଳ୍ମର ଛାତିରେ
ସବୁଜ ସ୍ୱପ୍ନର ସ୍ଵୀକୃତି…!
ଆଲୁଅର ପଶା ପାଲି ଉପରେ
ଛାଇ ଲେଉଟା ବେଳ
ପକାଇ ଚାଲେ ଗୋଟି..,
ଜଙ୍ଗଲ ବୁଝେନା କେବେ
ଆଲୁଅ ଓ ଅନ୍ଧାରର
ଅଜବ ଏ
ଛକାପଞ୍ଝା ରୀତି…!
କସ୍ମପଲିସ୍
ଭୁବନେଶ୍ୱର
Comments are closed.