Latest Odisha News

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମିଧିଲି’: ଜାଣନ୍ତୁ, କେଉଁଠି କରିବ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆଜି ବାତ୍ୟା ରୂପ ନେବ । ବାତ୍ୟାର ନାଁ ରଖାଯାଇଛି ‘ମିଧିଲି’ । ଏହା ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି । ଏହା ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

BjdElectrycity

ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ,  ଗଭୀର ଅବପାତ ଏବେ ପାରାଦୀପର ଦକ୍ଷିଣ-ପୂର୍ବ ଦିଗରେ ୧୯୦ କିଲୋମିଟର ଦୂରରେ ଅଛି ଏବଂ ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ଏହା ୨୦୦ କିମି ଦୂରରେ ରହିଛି। ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଖେପୁରା (ବାଂଲାଦେଶ)ଠାରୁ ୨୨୦ କିମି ଦୂରରେ ରହିଛି ।  ଏହା ଉତ୍ତର-ଉତ୍ତର ପୂର୍ବକୁ ମୁହାଁଉଛି । ତେବେ ଅଧିକ ଘନୀଭୂତ ହୋଇ ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇ ୧୮ ତାରିଖ ସକାଳେ ବଂଲାଦେଶର ମୋଙ୍ଗଲା ଓ ଖେପାପୁରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ୬୦ରୁ ୭୦ କିମି ରହିବ । ସର୍ବାଧିକ ୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।  ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ବିଶେଷ ପ୍ରଭାବ ପଡ଼ିବ ନାହିଁ ।

ଏହାର ପ୍ରଭାବରେ  ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର  ୧୮ ତାରିଖ ଯାଏଁ ସମୁଦ୍ରକୁ ନ ଯିବା  ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଦିଆଯାଇଛି ।

ଏଠି କହିରଖିବୁ, ଏହି ବାତ୍ୟାର ନାମକରଣ ମାଲଦୀପ ପକ୍ଷରୁ କରାଯାଇଛି । ମିଧିଲିର ଅର୍ଥ ବିଶାଳ ବୃକ୍ଷ ।

Leave A Reply

Your email address will not be published.