Latest Odisha News

ଦମ୍ପତିଙ୍କୁ ପୋଡି ମାରିବା ଅଭିଯୋଗରେ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଦୌରାଜଜ ଗୁରୁବାର ଏକ ମାମଲାର ଶୁଣାଣି କରି ୧୭ଜଣଙ୍କୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି । ୨୦୨୦ରେ ଗୁଣିଗାରେଡି ସନ୍ଦେହରେ ଏକ ଦମ୍ପତିଙ୍କ ହତ୍ୟା ଅଭିଯୋଗରେ କୋର୍ଟ  ୧୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଅତିରିକ୍ତ ଜିଲ୍ଲା ଦୌରାଜଜ ହୃଷିକେଶ ଆଚାର୍ଯ୍ୟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ଯାଜପୁର ଜିଲ୍ଲା କଳିଙ୍ଗନଗର ଅଧୀନସ୍ଥ ନିମାପାଲି ଗାଁରେ ଏକ ଦମ୍ପତିଙ୍କୁ ୨୦୨୦ ଜୁଲାଇ ୭ ତାରିଖ ରାତିରେ ହତ୍ୟା କରାଯାଇଥିଲା । ମୃତ ଦମ୍ପତି ହେଲେ ଶୈଳ ବାଲମୁଜ ଏବଂ ସମ୍ବାରି ବାଲମୁଜ । ସେଦିନ ରାତିରେ ଉଭୟ ସ୍ୱାମୀ-ସ୍ତ୍ରୀ ଖାଇପିଇ ଶୋଇଥିଲେ । ଏହି ଦମ୍ପତି ଗୁଣିଗାରେଡି କରୁଥିବା ଅଭିଯୋଗରେ ବିଳମ୍ବିତ ରାତିରେ ଗାଁର କିଛି ଯୁବକ ଘରେ ପଶି ଉଭୟଙ୍କୁ ମାରିପିଟ କରିଥିଲେ । ଶେଷରେ ଘରେ ନିଆଁ ଲଗାଇ ଦେଇଥିଲେ ।

ଶୈଳ ଓ ସମ୍ବାରି ଘରୁ ବାହାରି ପାରିନ ଥିଲେ । ଫଳରେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । କଳିଙ୍ଗନଗର ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ୧୭ ଜଣଙ୍କୁ ଗିରଫ କରିଥିଲା । ଏ ନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା ।

ସରକାରୀ ଓକିଲ ରଜତ କୁମାର ରାଉତଙ୍କ କହିବା ଅନୁଯାୟୀ, ୨୦ ଜଣ ସାକ୍ଷୀଙ୍କ ମତାମତ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଆଜୀବନ କାରାଦଣ୍ଡାଦେଶ ସହ ପତ୍ୟେକଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ଜରିମାନା କରଛନ୍ତି ।

Leave A Reply

Your email address will not be published.