Latest Odisha News

BREAKING NEWS

[ଦେଖନ୍ତୁ ଭିଡ଼ିଓ] ଲକ୍ଷ୍ମଣେଶ୍ୱର ମହାଦେବ ମନ୍ଦିର ଶିବଲିଙ୍ଗରେ ଲକ୍ଷେ ଛିଦ୍ର ରହସ୍ୟ

ଭୁବନେଶ୍ୱର: ଆମ ଚାରିପଟେ ଅନେକ ମଠ ମନ୍ଦିର ସବୁ ରହିଛି। ହେଲେ ଏମିତି କିଛି ମନ୍ଦିର ରହିଛି ତାହା କିନ୍ତୁ ଟିକେ ଭିନ୍ନ। ଆମେ ଅନେକ ମହାଦେବଙ୍କ ମନ୍ଦିର ଦେଖିଛେ। ହେଲେ ଛତିଶଗଡ଼ରେ ରହିଥିବା ମହାଦେବଙ୍କ ମନ୍ଦିର କଥା ଶୁଣିଲେ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ। ଏଠାରେ ରହିଛି ଲକ୍ଷ୍ମଣେଶ୍ୱର ମନ୍ଦିର। ଯାହାକୁ ଛତିଶଗଡ଼ର କାଶୀ ବୋଲି କୁହାଯାଇଥାଏ। ରାୟପୁରରୁ ୧୨୦ କିଲୋମିଟର ଦୂରରେ ରହିଛି ଏହି ଶିବ ମନ୍ଦିର। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଶିବଲିଙ୍ଗରେ ରହିଛି ଏକ ଲକ୍ଷ ଛିଦ୍ର।

ଏନେଇ ବହୁ ପୁରାଣ ଇତିହାସ ରହିଛି। ଲୋକଙ୍କ ବିଶ୍ୱାସ ଏହା ରାମାୟଣ ସମୟର ଲକ୍ଷ୍ମଣଙ୍କ ଅନୁରୋଧ କ୍ରମେ ଏହି ମନ୍ଦିର ତିଆରି ହୋଇଥିଲା। ସବୁଠାରୁ ରୋଚକ ହେଉଛି ଏଠାରେ ଥିବା ମହାଦେବଙ୍କ ଶିବଲିଙ୍ଗରେ ଥିବା ଏକ ଲକ୍ଷ ଛିଦ୍ରରୁ ଗୋଟିଏ ଛିଦ୍ରର ରାସ୍ତା ପାତାଳକୁ ଯାଇଛି। ଲଙ୍କା ବିଜୟ ପରେ ପରେ ଏହି ମନ୍ଦିରର ପ୍ରତିଷ୍ଠା ହୋଇଥିବା ରହିଛି ବିଶ୍ୱାସ।

ଏହି ମନ୍ଦିର ଲକ୍ଷ ଲିଙ୍ଗ ନାମରେ ନାମିିତ। ଏଠାରେ ଯେତେ ପାଣି ଢାଳିଲେ ତାହା ଲିଙ୍ଗ ମଧ୍ୟରେ ସମାହିତ ହୋଇଯାଏ।

ରାବଣକୁ ବଧ କରିବା ପରେ ବ୍ର।।ହ୍ମଣ ହତ୍ୟାର ପାପ ଧୋଇବାକୁ ଏଠାରେ ଆରାଧନା କରିଥିଲେ ରାମଲକ୍ଷ୍ମଣ। ତା ସହିତ ଲକ୍ଷବଚ୍ଚ ମଧ୍ୟ ଏଠାରେ ପୂଜା କରିବା ପେର ରୋଗମୁକ୍ତ ହୋଇଥିଲେ। ଆଉ ସେବେଠାରୁ ଏଠାରେ ପୂଜା ପାଇ ଆସୁଛନ୍ତି ଲକ୍ଷେଛିଦ୍ର ମହାଦେବ।

ପ୍ରତିବର୍ଷ ଶିବରାତ୍ରିରେ ଏଠାରେ ବେଶ ଧୁମଧାମରେ ପାଳନ କରାଯାଇଥାଏ। ଲୋକଙ୍କର ଅନେକ ବିଶ୍ୱାସ ରହିଛି ଏହି ମନ୍ଦିର ନେଇ। ଏନେଇ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।

ମହାଦେବଙ୍କ ମନ୍ଦିର ନେଇ ପୁରାଣ କିମ୍ବଦନ୍ତୀ ରହିଛି। ହେଲେ ଏହି ଶିବଲିଙ୍ଗରେ ଲକ୍ଷେଛିଦ୍ର କଥା କିନ୍ତୁ କେବଳ ଇତିହାସ ଓ ପୁରାଣ ଭିତରେ ସୀମିତ ରହିଯାଇଛି। ତାର ବାସ୍ତବତା ସମ୍ପର୍କରେ କିନ୍ତୁ କାହାରିକୁ ଜଣାନାହିଁ। ଶିବଲିଙ୍ଗରେ ଥିବା ଲକ୍ଷେ ଛିଦ୍ରର ରହସ୍ୟ କେବଳ ରହସ୍ୟ ଭିତରେ ରହିଯାଇଛି।

Leave A Reply

Your email address will not be published.