Latest Odisha News

BREAKING NEWS

ସନେଟ : ଗୁରୁ ହେ ଈଶ୍ବର ମୋର

ଅନୀତା ପାଣି 

ସମୟ ସ୍ରୋତରେ ଜୀବନ ବହୁଛି ଗଲାଣି ଅନେକ ଦିନ,
ଆଜି ବି ଜୀବନ୍ତ ଗୁରୁ ତୁମ ଛବି ଖୋଜେ ସେହି ପିଲା ମନ।
ଚରଣେ ତୁମର କୋଟି ପ୍ରଣିପାତ ଗୁରୁ ହେ ଈଶ୍ବର ମୋର,
ତୁମେତ ଖୋଲିଛ ତୃତୀୟ ନୟନ ଅଜ୍ଞାନୁ କରିଛ ଦୂର ।

ମାତା ପିତା ମୋତେ ସଂସାରେ ଆଣିଲେ ଗେହ୍ଲାରେ କଲେ ପାଳନ,
ରାଜପଥେ ମଥା ସଳଖି ଚାଲିଲି ତୁମେ ହିଁ ସେଇ ସାଧନ ।
ହିତ ଅହିତର ବାଟ ଦେଖାଇଲ ସଂଯମୀ କରିଲ ମନ,
ମନ ଚଞ୍ଚଳତା ସ୍ଥିର ହୋଇଯାଏ ବିବେକ ଆଦେଶ ମାନେ ।

କେବେ ନାଲି ଆଖି ଦେଖାଅ ଆମକୁ ଅନ୍ତରେ ସେନେହ ରଖି,
ଉତ୍ସାହିତ କର ମିତ ଭାଷଣରେ ଶୀତଳ ଚନ୍ଦନ ମାଖି ।
ତୁମେ ଗଢି ଦେଲ ଶିକ୍ଷା ଆଦର୍ଶରେ ଗୁଣ ଚରିତ୍ର ଆମର,
ନୀତିଶିକ୍ଷା କେତେ ଶିଖାଇ ଦେଇଛ ଜୀବନେ ହୁଏ ବେଭାର ।

ଲକ୍ଷ୍ୟ ସ୍ଥଳ ତୁମେ ଦେଖାଇ ଦେଇଛ ଶିଖାଇ ଦେଇଛ ନିଷ୍ଠା,
ତୁମରି ଆଶିଷ ମଥା ପରେ ଥିଲେ ଲଭିବୁ ଆମେ ପ୍ରତିଷ୍ଠା ।

ସାଉଥ୍ ବଲଣ୍ଡା, ତାଳଚେର

Comments are closed.