Latest Odisha News

ଅନୁବାଦ କବିତା : ମୁଁ ଏକା ନୁହେଁ

ମୂଳ ରଚନା : ଗ୍ରାବିଏଲା ମିସ୍ତ୍ରାଲ 

ଏଇ ରାତି ପରିତ୍ୟକ୍ତ
ପାହାଡ଼ଠୁ ସମୁଦ୍ର ପର୍ଯ୍ୟନ୍ତ,
କିନ୍ତୁ ମୁଁ ଯେ ତୁମକୁ
ଦୋଳି କରି ଝୁଲାଉଛି,
ମୁଁ ଏକା ନୁହେଁ!

ଆକାଶ,ସେ ବି ପରିତ୍ୟକ୍ତ
କାରଣ ଜହ୍ନ ଯାଇ
ସମୁଦ୍ରରେ ପଡ଼ିଛି।
କିନ୍ତୁ ମୁଁ,
ଯେ ତୁମକୁ
ଜାବୁଡ଼ି ଧରିଛି,
ମୁଁ ଏକା ନୁହେଁ !

ଏଇ ଧରଣୀ,ସେ ମଧ୍ୟ ପରିତ୍ୟକ୍ତ।
ଦେଖୁଛ ତ ତୁମେ,
କେତେ ଦୁଃଖୀ ସବୁ ମାଂସପିଣ୍ଡ।
କିନ୍ତୁ ମୁଁ,
ଯେ ତୁମକୁ ଆଲିଙ୍ଗନ କରୁଛି,
ମୁଁ ଏକା ନୁହେଁ !

ଅନୁବାଦ : ମନୋରଞ୍ଜନ ହୋତା 

Comments are closed.