ମୂଳ ଇଂରାଜୀ : ଲୁଇଜ ଗ୍ଲୁକ
ଅନୁବାଦ : ସରଳ କୁମାର ଦାସ
ମୁଁ ତମକୁ କିଛି କହିବି : ପ୍ରତି ଦିନ
ଲୋକମାନେ ମରୁଛନ୍ତି । ଆଉ ତାହା ଆରମ୍ଭ ହିଁ ମାତ୍ର ।
ପ୍ରତି ଦିନ, ମଶାଣିରେ, ନୂଆ ବିଧବାମାନେ ଜନ୍ମ ନିଅନ୍ତି,
ନୂଆ ଅନାଥମାନେ । ସେମାନେ ବସିଥାଆନ୍ତି ସେମାନଙ୍କ ହାତ ଯୋଡି,
ଏଇ ନୂଆ ଜୀବନ ସମ୍ପର୍କରେ ସ୍ଥିର କରିବାକୁ ଚେଷ୍ଟା କରି ।
ତା’ପରେ ସେମାନେ କବରଖାନାରେ ଥାଆନ୍ତି, ସେମାନଙ୍କ ଭିତରୁ କିଛି
ପ୍ରଥମଥର ଲାଗି । ସେମାନେ କାନ୍ଦିବାକୁ ଡରନ୍ତି,
ବେଳେବେଳେ ନ କାନ୍ଦିବାକୁ । କେହି ଜଣେ ଝୁଙ୍କି ପଡେ,
କହି ଦିଏ କ’ଣ କରିବାକୁ ହେବ ଏହା ପରେ, ଯାହାର ଅର୍ଥ ହେଇପାରେ
କିଛି ଶବ୍ଦ କହିବା, ବେଳେବେଳେ
ଖୋଲା କବର ଭିତରକୁ ଅଳିଆ ଫିଙ୍ଗିବା ।
ଆଉ ତା’ପରେ, ସମସ୍ତେ ସେହି ଘରମୁହାଁ ହୁଅନ୍ତି
ଯାହା ହଠାତ୍ ଆଗନ୍ତୁକଙ୍କ ଗହଳିରେ ଭରି ଯାଏ ।
ବିଧବା ଜଣକ ସୋଫା ଉପରେ ବସି ରହେ, ଅତି ସମ୍ଭ୍ରମତାର ସହ,
ଆଉ ତା’ ଯାଏଁ ପହଞ୍ଚିବା ଲାଗି ଲୋକେ ଧାଡି ବାନ୍ଧନ୍ତି,
ବେଳେବେଳେ ତା’ ହାତ ଧରନ୍ତି, ବେଳେବେଳେ ତାକୁ ଆଲିଙ୍ଗନ କରନ୍ତି ।
ସମସ୍ତଙ୍କୁ କିଛି ନା କିଛି କହିବାକୁ ତାକୁ ଶବ୍ଦ ମିଳିଯାଏ,
ସେମାନଙ୍କୁ ଧନ୍ୟବାଦ ଦିଏ, ଧନ୍ୟବାଦ ଦିଏ ସେମାନେ ଆସିଥିବାରୁ ।
ହୃଦୟ ଭିତରୁ, ସେ ଚାହୁଁଥାଏ ସେମାନେ ଚାଲିଯାଆନ୍ତୁ ।
ସେ ଫେରିଯିବାକୁ ଚାହେଁ କବରଖାନାକୁ,
ପୁନର୍ବାର ରୋଗୀଗୃହକୁ, ଡାକ୍ତରଖାନାକୁ । ସେ ଜାଣେ
ଏହା ସମ୍ଭବ ନୁହେଁ । ହେଲେ ଏଇ ତ ତା’ର ଏକମାତ୍ର ଆଶା,
ପଛାଇ ଚାଲିବାର ଇଚ୍ଛା । ଆଉ ଖାଲି ଅଳ୍ପ ଟିକିଏ,
ବେଶି ଦୂର ବାହାଘର ଯାଏଁ ନୁହେଁ, କି ନୁହେଁ ପ୍ରଥମ ଚୁମ୍ୱନ ଯାଏଁ ।
୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ,
ଭୁବନେଶ୍ଵର -୭୫୧୦୧୨
ମୋ. ୯୪୩୭୦୩୮୦୧୫
saral_das@yahoo.co.in
( ୧୯୪୩ ମସିହାରେ ଜନ୍ମିତ ଆମେରିକୀୟ କବୟିତ୍ରୀ ତଥା ପ୍ରାବନ୍ଧିକ ଲୁଇଜ ଗ୍ଲୁକ 2020 ମସିହା ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପାଇଛନ୍ତି । ୧୧ ଟି କବିତା ପୁସ୍ତକର ରଚୟିତା ଗ୍ଲୁକଙ୍କୁ ପୁଲିଜର ପୁରସ୍କାରଠାରୁ ଆରମ୍ଭ କରି ନ୍ୟାସନାଲ ହ୍ୟୁମାନିଟିଜ ମେଡାଲ, ନ୍ୟସନାଲ ବୁକ ଆୱାର୍ଡ ପରି ଆହୁରି ଅନେକ ପୁରସ୍କାର ମିଳି ସାରିଛି । ସେ ଜଣେ ସଫଳ ପ୍ରାବନ୍ଧିକ ମଧ୍ୟ । ତାଙ୍କର ଏକ କବିତା ‘ଏ ଫାଣ୍ଟାସି’ ର ଓଡ଼ିଆ ଅନୁବାଦ ।)

Comments are closed.