Latest Odisha News

BREAKING NEWS

Browsing Tag

Saral Kumar Das

ଅନୁବାଦ କବିତା : ଅବନୀ ଘରେ ଅଛ?

ମୂଳ ବଙ୍ଗଳା: ଶକ୍ତି ଚଟ୍ଟୋପାଧ୍ୟାୟ  ଅବନୀ ଘରେ ଅଛ? ଅବନୀ ଘରେ ଅଛ? କବାଟ କିଳି ଶୋଇପଡ଼ିଛି ସାରା ପଡ଼ା କେବଳ ଶୁଣେ ରାତିରେ କଡ଼ା ଖଡ଼ଖଡ଼ ‘ଅବନୀ ଘରେ ଅଛ?’ ବର୍ଷା ହୁଏ ଏଠି ବାରମାସ ଏଠି ମେଘ ଗାଈପରି ଚରେ ପରାଙ୍ମୁଖ ସବୁଜ ନାଲିଘାସ ଦୁଆର ଚାପି ଧରେ- ‘ଅବନୀ ଘରେ ଅଛ?’ ଭଗ୍ନ…

ଅନୁବାଦ କବିତା : କଲିକତାର ଯୀଶୁ

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ  ଲାଲବତିର ନିଷେଧ ନ ଥିଲା, ତଥାପି ଝଡ ବେଗରେ ଧାବମାନ କଲିକତା ସହର ଅତର୍କିତ ଭାବେ ଅଟକିଗଲା, ଭୟଙ୍କର ଭାବେ ସମ୍ଭାଳି ନେଇ ଠିଆ ହୋଇ ରହିଲା ଟ୍ୟାକ୍ସି ଓ ପ୍ରାଇଭେଟ, ଟେମ୍ପୋ, ବାଘମାର୍କା ଡବଲ-ଡେକର । ‘ଗଲା ଗଲା’ ଆର୍ତ୍ତନାଦରେ…

ଅନୁବାଦ କବିତା : ସେ ପ୍ଲମ୍ୱରର ନାଁ କ’ଣ ?

ମୂଳ ହିନ୍ଦୀ : ରାଜେଶ ଜୋଶୀ  ମୁଁ ଦୁନିଆର କେତେ ଏକଛତ୍ରବାଦୀଙ୍କ ଜୀବନୀ ପଢିସାରିଛି କେତେ ଦୁର୍ଦ୍ଦାନ୍ତ ହତ୍ୟାକାରୀଙ୍କ ବିଷୟରେ ବି ଜାଣିଛି ବହୁତ କିଛି ଦୁର୍ନୀତି ଓ ଯୌନ ପ୍ରକରଣମାନଙ୍କରେ ଚର୍ଚ୍ଚିତ ବହୁତ ଉଚ୍ଚ ଅଧିକାରୀଙ୍କ ବିଷୟରେ ତ କହିପାରିବି ଅନେକ କିଛି ଅନ୍ତରଙ୍ଗ କଥା…

ଅନୁବାଦ କବିତା : ମୟୂରପଙ୍ଖୀ

ମୂଳ ବଙ୍ଗଳା : ସୁବୋଧ ସରକାର ଅନୁବାଦ : ସରଳ କୁମାର ଦାସ ଝିଅ ହେଇଥିଲେ କି ନାମ ରଖିଥାନ୍ତ କି ନାମ ... କି ନାମ ... କି ନାମ ରଖିଥାନ୍ତି ... ମୟୂରପଙ୍ଖୀ ...; ଅତି କମରେ ଊଣେଇଶ ଜଣ କବି ଲେଖକ ଅଧ୍ୟାପକ କହିଛନ୍ତି ବୁଝିଲ ...ଗୋଟେ ପୁଅ ପୁଅ ନୁହେଁ ତମର ଗୋଟେ ଝିଅ ଦରକାର ପୁଅ…

ଅନୁବାଦ କବିତା : ତୁମେ ଯଦି ଭୁଲିଯାଅ ମୋତେ

ମୂଳ ସ୍ପେନୀୟ: ପାବ୍ଲୋ ନେରୁଦା ଇଂରାଜୀରୁ ଅନୁବାଦ: ସରଳ କୁମାର ଦାସ  ମୁଁ ଚାହେଁ ତୁମେ ଜାଣିରଖ ଗୋଟିଏ କଥା । ତୁମେ ଜାଣିରଖ ଏହା କିପରି ହେଲା ଯଦି ମୁଁ ନିରେଖେ ସ୍ୱଚ୍ଛ ଜହ୍ନକୁ ଉତ୍ତୀର୍ଣ୍ଣ ଶରତର ଲୋହିତ ଶାଖାରେ ମୋ ଝର୍କାରୁ ଯଦି ମୁଁ ଛୁଏଁ ନିଆଁ କଡ଼ର ଉଷୁମ ପାଉଁଶକୁ…

ଅନୁବାଦ କବିତା : ବାମାଙ୍ଗୀ

ମୂଳ ମରାଠୀ : ଅରୁଣ କୋଲଟକର ଅନୁବାଦ : ସରଳ କୁମାର ଦାସ  ମନ୍ଦିରକୁ ଯାଇଥିଲି ମଝିରେ କାହିଁ ସେଠି ବିଠଲ ଦିଶିଲେନି ଋକ୍ମିଣୀଙ୍କ ପାଖରେ ଖାଲି ଗୋଟେ ପଥର ମୁଁ କହିଲି ଚଳିବ ଋକ୍ମିଣୀ ତ ଋକ୍ମିଣୀ କାହାରି ପାଦରେ ତ ମୁଣ୍ଡିଆଟେ ପକାଇଲେ ହେଲା ପାଦରେ ମୁଣ୍ଡ ରଖିଲି ଉଠାଇ…

ଅନୁବାଦ କବିତା : ଯାହା ପଛରେ ପଡ଼ିଲେ କୁକୁର

ମୂଳ ହିନ୍ଦୀ : ଗୀତ ଚତୁର୍ବେଦୀ ଅନୁବାଦ : ସରଳ କୁମାର ଦାସ ତା’ ବାଳ ଅବିନ୍ୟସ୍ତ ଥିଲା, ଦାଢି ଝୁଲୁଥିଲା ଲୁଗା ମଇଳା ଥିଲା, ହାତରେ ଥିଲା ଥଳି ... ତା’ ରୂପର ବର୍ଣ୍ଣନା କେତେ ଥର କାହାଣୀରେ, କବିତାରେ, ଲେଖାରେ, ଅଫବିଟ ଖବରରେ ହେଇସାରିଛି ଯାହା ଆଧାରରେ ସେ ଦୀନ-ହୀନ କିସମର…

ଅନୁବାଦ କବିତା : ଟିଉଟୋରିଆଲ

ମୂଳ ବଙ୍ଗଳା : ଜୟ ଗୋସ୍ୱାମୀ ଅନୁବାଦ : ସରଳ କୁମାର ଦାସ ତତେ ରଖିବାକୁ ହେବ ଶତକଡା ନବେରୁ ବେଶି ତତେ ହେବାକୁ ହିଁ ହେବ କେବଳ ପ୍ରଥମ ତା’ ବଦଳରେ ମାତ୍ର ପଞ୍ଚାଅଶି ! ପାଞ୍ଚ ନମ୍ୱର କମିଲା କାହିଁକି ? କାହିଁକି କମ ? ଏଇଥିପାଇଁ ମୁଁ ପ୍ରତିଦିନ ଝାଳନାଳ ହେଇ ଖଟୁଛି ? ଏଇଥିପାଇଁ…

ଅନୁବାଦ କବିତା : ଏକ‌ ‌ଉଦ୍ଭଟ‌ ‌କଳ୍ପନା‌

ମୂଳ‌ ‌ଇଂରାଜୀ‌ ‌:‌ ‌ଲୁଇଜ‌ ‌ଗ୍ଲୁକ‌ ‌ ‌ ଅନୁବାଦ‌ ‌:‌ ‌ସରଳ‌ ‌କୁମାର‌ ‌ଦାସ‌ ‌ ‌ ମୁଁ‌ ‌ତମକୁ‌ ‌କିଛି‌ ‌କହିବି‌ ‌:‌ ‌ପ୍ରତି‌ ଦିନ‌ ‌ ଲୋକମାନେ‌ ‌ମରୁଛନ୍ତି‌ ‌।‌ ‌ଆଉ‌ ‌ତାହା‌ ‌ଆରମ୍ଭ‌ ‌ହିଁ‌ ‌ମାତ୍ର‌‌…

ଅନୁବାଦ କବିତା : ଦିଆସିଲି କାଠି

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ଅନୁବାଦ : ସରଳ କୁମାର ଦାସ ମୁଁ ଗୋଟେ ଛୋଟ ଦିଆସିଲି କାଠି ଏତେ ନଗଣ୍ୟ, ହୁଏତ ଆଖିରେ ବି ପଡେନି ; ତଥାପି ଯେମିତି ପାଟିରେ ମୋର ଖଜବଜ ହେଉଛି ବାରୁଦ ଛାତିରେ ମୋର ଜଳି ଉଠିବା ଲାଗି ଅସ୍ଥିର ଉଚ୍ଛ୍ୱାସ ; ମୁଁ ଗୋଟେ ଦିଆସିଲି କାଠି ।…