Latest Odisha News

BREAKING NEWS

ପରିଚୟ…

ଜ୍ଞାନ ରଞ୍ଜନ କର

 

ମୋ ପରିଚୟ ବୋଧେ ମୋର ହେବାକୁ ରାଜି ନାହିଁ,
ସେଥିପାଇଁ ବୋଧେ ମୋ ହୃଦୟ ମାଗେ ତୁମ ପରିଚିତି,
କାହାର ଝିଅ ହେଲି, କାହା ନାତୁଣୀ ହେଲି,
ସବୁ ଭୁଲିବାକୁ ଇଚ୍ଛା ମୋର,
ଦରକାର ବାସ ଗୋଟେ ପରିଚୟ,
ତୁମ ସ୍ତ୍ରୀ ହେବାର,
ଆଜିର ସମାଜ କହେ ଏ ସବୁ ପୁରୁଣା କାଳିଆ କଥା,
ସାଙ୍ଗମାନେ କୁହନ୍ତି ଏ ମୋର ଅସ୍ତିତ୍ବର ଭୀରୁତା,
ମୋ ମସ୍ତିଷ୍କ ମୋତେ ପଚାରେ, ତୋ ନିଜ ପରିଚୟ ସୃଷ୍ଟି କରିବାରେ ତୁ କଣ ଅକ୍ଷମ!!

ମୋ ମନ ମୋତେ ବୁଝାଏ, ଏ ଏକ ସମର୍ପଣ, ଈଶ୍ୱରୀୟ ସମର୍ପଣ।

ଏ ଏକ ଅଥଳ ସମୁଦ୍ରରେ ମୁକ୍ତା ବାହୀ ଶାମୁକାର ସଂଘର୍ଷ,
ସତ, ଜାଲରେ ପଡିଲେ ସେ ଶାମୁକାର ଜୀବନ ଯିବ ସତ,
ହେଲେ ମୁକ୍ତାର ମୂଲ୍ୟ କାହା ବେକରେ, ଶାମୁକା ପେଟରେ ନୁହେଁ।।।

Comments are closed.