Latest Odisha News

BREAKING NEWS

କବିତା : ନୀଳାଦ୍ରି ବିଜେ

ରମାକାନ୍ତ ନାୟକ

ଭକ୍ତି ପ୍ରେମ ମାତୃତ୍ୱର ବାତ୍ସଲ୍ୟରେ ବନ୍ଧା ମୋ ହୃଦୟ
ବୁଝିବି ବୁଝି ହୁଏନା କିଏ ଏହି ଜଗନ୍ନାଥ
ରାଧାକୃଷ୍ଣ ନିବିଡ ହୃଦୟ ବନ୍ଧନେ
ଅଛନ୍ତି ଏକ ଚିତ୍ତ ମନେ
ରାଧା ସ୍ଵୟଂ ଜଗନ୍ନାଥ
ଇଏ କଣ ସଂସାରର
ଆଦି ମୂଳ ସୃଷ୍ଟି ଓ ବିଲୟ ।

ଅଶ୍ରୁ ସିକ୍ତ ନୟନରେ
ଗୋପପୁର ରାଣୀ
ନୀଳାଦ୍ରି ବିଜେ ପାଇଁ ଦିଅନ୍ତି ମେଲାଣି
ଭାବି ଵି ଭାବି ହୁଏନା
କିଏ ଏହି ଜଗନ୍ନାଥ
ହୃଦେ ମୋ କାଳିଆ କାହ୍ନୁ
ଇଏ କି ସେ ମୟୁର ଚୂଳିଆ
ଗୋପୀ ମନଚୋରା
ରାଧା ଅଧର ପିଆ
ନୀଳାଦ୍ରି ବିଜେ କରିବେ
ରାସ ଲୀଳା ସାରି ବୃନ୍ଦାବନେ
ଫେରିଯିବେ ଲକ୍ଷ୍ମୀ ପାଶେ
ଲକ୍ଷ୍ମୀସ୍ଵରୂପିଣୀ ରୁକ୍ମଣୀଙ୍କ ନାଥ
ହରଷ ବଦନେ ।

ନୀଳା ନିଳାଦ୍ରୀ ବିଜେ କରିବେ
ନିଳାଦ୍ରୀ ଶିରୋମଣି
ଦାରୁବ୍ରହ୍ମ ଘନଶ୍ୟାମ
ରତ୍ନସିଂହାସନେ ବିଜେ
ସୃଷ୍ଟି ସର୍ଜନା ସାରି
ବୃନ୍ଦାବନ କୁଞ୍ଜବନେ ରାସ ସାରି
ଲକ୍ଷ୍ମୀଙ୍କୁ ଆଡ କରି
ଆଡ଼ପ ମଣ୍ଡପେ ରହି
ଅଶରୀରୀ ମୁକ୍ତକରି
ପୂର୍ଣ୍ଣାତ୍ମାକୁ ପରମାତ୍ମା ସହ
ମିଳନ କରି
ବିଜେ ହେବେ ପୂର୍ଣ୍ଣବ୍ରହ୍ମ
ଓଁକାର ସ୍ୱରୂପ
ଡ଼ାହାଣେ ବଳଭଦ୍ର ରୂପ
ମଧ୍ୟରେ ସୁଭଦ୍ରା ବ୍ରହ୍ମାରୂପ
ରାଧାଙ୍କ ଅଙ୍ଗ ତହିଁ ଗୋପ୍ୟ
ଯଶୋଦାଙ୍କ ମୁରଲୀଧାରୀ
ଲୀଳା ରଚନ୍ତି
କାକଭୂଷଣ୍ଡଙ୍କ କୋଦଣ୍ଡ ଧାରୀ ।

ତମେ ତ୍ରିମୂର୍ତ୍ତିର ତତ୍ତ୍ୱ
ପରମ ପୁରୁଷ ଉପନିଷଦର
ଅପାଣି ପାଦୋ ଯବୋନ ଗ୍ରହୀତା
ପୁରୁଷୋତ୍ତମ କ୍ଷର ଅକ୍ଷର
ବିଷ୍ଣୁ ତମେ କୃଷ୍ଣ ତମେ ବୁଦ୍ଧ ନିରାକାର
ତମେ ରାମ ତମେ କୃଷ୍ଣ
ନିଃସୃତ କରେ ତମ ଗୀତା ।

ଶୂନ୍ୟପୁରୁଷ ବେଦର ଓଁ କାର
ତମେ ପୁରୁଷୋତ୍ତମ ପୁରୁଷ ବିହୀନ
ମହା ଶକ୍ତି ସ୍ୱୟଂ ତମେ
ଦକ୍ଷିଣ କାଳିକା
ସୃଷ୍ଟି ସ୍ଥିତି ଲୟର ବର୍ତ୍ତିକା
ସ୍ଵକୀୟା ପ୍ରେମ ଲକ୍ଷ୍ମୀଙ୍କ ବାମ
ଶ୍ରୀରାଧାଙ୍କ ପ୍ରେମ
ହେ ନିଳାଦ୍ରୀ ର ପତି
କିଏ ରାଧା କିଏ ଲକ୍ଷ୍ମୀ ବାରି ନୁହନ୍ତି
ଗୁଣ୍ଡିଚାରୁ ନୀଳାଦ୍ରି ବିଜୟର ଲୀଳା
ଦ୍ୱାରିକାରୁ ଗୋପଧାମ ଗୋପରୁ ଦ୍ୱାରିକା ଖେଳା
କାକ ଭୂଷଣ୍ଡର ବନୁ
ଅଯୋଧ୍ୟାକୁ ବିଜେ
ଲକ୍ଷ୍ମୀଙ୍କର ନୀଳାଦ୍ରି ବିଜେ
ରୋହିଣୀଙ୍କ ଗୋପୁ ଦ୍ୱାରିକା ବିଜେ
ଦର୍ଶନକରି ରୋହିଣୀ
କୋଳେ ଧରି କାକ ଭୂଷଣ୍ଡ
ତମ ଶ୍ରୀଅଙ୍ଗେ ଲୀନ ହୋଇ
ସୃଷ୍ଟି କଲା ତିର୍ଥ|ୟନ ରୋହିଣୀର କୁଣ୍ଡ ।

ପଦ୍ମାମାୟା ପୁରୀ, ଚରମ୍ପା, ଭଦ୍ରକ
୯୪୩୮୦୮୭୩୪୪

Leave A Reply

Your email address will not be published.