Latest Odisha News

କବିତା : ମେଘ

ଦୀପକ ନାୟକ

ଦୂର ଆକାଶ ଧବଳ ମୟ
ଭାସି ବୁଲୁଥାଏ କେଡେ ସୁନ୍ଦର
ମୁକ୍ତ ପଥର ପଥିକ ହୋଇ
ଧରାକୁ ଚାହିଁ ରହିଥାଏ ।

ମେଘ ଖଣ୍ଡ ସାଥେ ଲୁଚକାଳି ଖେଳ
ମୟୂର ନାଚେ ଦେଖି ତା ରୂପ
ଜୀବନ ମୋର ଭଷା ବାଦଲ
କେତେବେଳେ ଯିବି ଲୁଚି।

ଭାଷୀ ଭାଷୀ ଯିବି ହଜି
କେହି ପାରିବେନି ଜାଣି
ଦୂର ପାହାଡ଼ ସୁନ୍ଦର୍
ଦୂର ଆକାଶ ଭଷା ବାଦଲ ସୁନ୍ଦର
ଦୂର ସମ୍ପର୍କ କେଡେ ମଧୁର
ଅତି ଆପଣ ମାୟା ମରିଚିକା ।

ଦୂର କରି ସବୁ ବନ୍ଦନ
ଭଷା ବାଦଲ ପରି ଯିବି ଭାସି
ନିର୍ମଳ ଆକାଶ ଛାତି ରେ
ହଜିଯିବାକୁ ଭାରି ଇଛା
ସମୟ ବାଟ ଘରେ
ରହିବାକୁ ଅଉ କିଛି କ୍ଷଣ ।

 ଯାଜପୁର

Comments are closed.