Latest Odisha News

BREAKING NEWS

ଆମେରିକାରେ ବମ୍ ସାଇକ୍ଲୋନର ତାଣ୍ଡବ, ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି

ନ୍ୟୁୟର୍କ: ଆମେରିକାରେ ଭୟଙ୍କର ତୁଷାର ଝଡ଼ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ପୂରା ଆମେରିକାକୁ ଆଚ୍ଛାଦିତ କରିଛି ବମ୍ ସାଇକ୍ଲୋନ  । ଚାରି ଆଡେ ବରଫ ଚାଦର । ଘଣ୍ଟାପ୍ରତି ୭୦ ମାଇଲ ବେଗରେ ବରଫ ଝଡ଼ ଦେଖାଦେଇଛି । ରାସ୍ତାଘାଟରେ ବରଫ ଜମା ହୋଇରହିଛି । ଲୋକେ ଘରୁ ବାହାରି ପାରୁନାହାଁନ୍ତି । ପ୍ରଶାସନ ଏନେଇ ସତର୍କତା ଜାରି କରିଛି ।

ଅନେକ ସ୍ଥାନରେ ଯାନବାହନ ଫସି ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୟଙ୍କର ଥଣ୍ଡା ଲୋକଙ୍କ ଜୀବନ ହାନୀର କାରଣ ମଧ୍ୟ ହୋଇଛି । ତୁଷାର ଝଡ ଯୋଗୁଁ ଅନେକ ସ୍ଥାନରେ ବିଜୁଳି ନାହିଁ । ଲୋକେ ରାତିରେ ଅନ୍ଧାରରେ ରହୁଛନ୍ତି । ପାଗ ଖରାପ ହୋଇପଡିବାରୁ ଅନେକ ବିମାନ ଉଡାଣ ବାତିଲ କରାଯାଇଛି ।

Leave A Reply

Your email address will not be published.