Latest Odisha News

BREAKING NEWS

କବିତା : ତୁମକୁ ପଦୁଟିଏ

ଶୁଭ୍ରାଂଶୁ ଶେଖର ମାହୁନ୍ତ

ଏଇ ଦେଖ
ଏବେ ମୁଁ ମୋ ମନକୁ
କରି ଦେଇଛି ଆକଟ,
ତୁମ ଭାବନାରେ
ମୁଁ ଆଉ
ହେଉ ନାହିଁ
ଆଉ ମୁଁ
ଛଟପଟ ।

କଟୁ ନାହିଁ ମୋର
ବିନିଦ୍ର ରଜନୀ
ଉଦାସୀପଣରେ, ,
ସ୍ମୃତିସବୁକୁ ଧୋଇ ଦେଇଛି
କେଉଁ ଏକ ବିଷର୍ଣ୍ଣ
ଗୋଧୂଳିବେଳାରେ ।

ମିଛ ସମ୍ପର୍କର ଦୁର୍ବଳ
ସେତୁବନ୍ଧରେ ପାଦ ଥାପି
ହେବି ନାହିଁ ଜମା ଟଳମଳ,
ଅବିଶ୍ବାସର ଚନ୍ଦ୍ର ବନ୍ଧନୀରେ
ସୀମିତ ରଖିଛ ବୋଲି ତ’
ଆଉ ମୁଁ ଗୋଟାଇ ପାରୁନି ବଳ ।

ଭଦ୍ରକ

Leave A Reply

Your email address will not be published.