Latest Odisha News

BREAKING NEWS

ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଦ୍ୱିତୀୟ ବୈଠକ

ଭୁବନେଶ୍ୱର : ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଦ୍ୱିତୀୟ ବୈଠକ, ପରିଷଦର ଅଧ୍ୟକ୍ଷ ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀକାନ୍ତ ପୃଷ୍ଟି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଆସନ୍ତା ଡିସେମ୍ବର ପୂର୍ବରୁ ଏହି ବୈଠକରେ ପରିଷଦ ନେଇଥିବା ନିଷ୍ପତ୍ତିର ଦୃଢୀକରଣ ହେବା ସହିତ ଏହାର ଅନୁପାଳନ ଉପରେ ପରିଷଦର ସଦସ୍ୟ ସଚିବ ଅବଗତ କରାଇଥିଲେ । ଏତଦ୍‌ବ୍ୟତୀତ ପରିଷଦର ସଦସ୍ୟମାନେ ଉଠାଇଥିବା ବିଭିନ୍ନ ସମସ୍ୟା ଉପରେ ଗଭୀର ଆଲୋଚନା କରାଯାଇ ସରକାରଙ୍କ ନିକଟରେ ଉପସ୍ଥାପନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଶୋଭନ କ୍ରିଷ୍ଣା ସାହୁ, ନିର୍ଦ୍ଦେଶକ, ହସ୍ତତନ୍ତ ଓ ବୟନଶିଳ୍ପ ମଧ୍ୟ ଯୋଗଦେଇଥିଲେ । ଶେଷରେ ପରିଷଦର ସଦସ୍ୟ ସଚିବ ବିକ୍ରମାଦିତ୍ୟ ବାରିକ, ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.