ବନଶ୍ରୀ ଦାଶ
ଭାବର ଠାକୁର ଆହେ
ଭାବ ମନେ ଭରିଦିଅ
ଅଭାବ ପଛକେ ଥାଉ ନିତି
ହୃଦୟେ ରହୁ ତୁମ ମୂରତି।।
ସଂସାର ଶିଙ୍କୁଳି ବାନ୍ଧିଚି ପାଦରେ
ଲେଖୁଛି କାହାଣୀ ଜୀବନ ଫର୍ଦ୍ଦରେ
ଯେତିକି ଢାଳିଛ ତେଲ ମୋ ଦୀପରେ
ଜଳିବି ସେତିକି ନିସ୍ଵାର୍ଥ ସେବାରେ।।
ଆହେ ଦୟାମୟ ବିଶ୍ୱବିହାରୀ
ଦୀନହୀନଙ୍କ ପ୍ରଭୁ ଶୁଣ ଗୁହାରି
ନୈବେଦ୍ୟ ବାଢିବି ପ୍ରଭୁହେ ଶେଷରେ
କୃପା ବର୍ଷୁଥାଉ ଦୁଃଖିଙ୍କ ମୁଣ୍ଡରେ।
Comments are closed.