ବନ୍ଦିତା ଦାଶ
ଦେଖ,
ଶୁଭ୍ରତାର ସମ୍ଭାରନେଇ ଆସିଛି ଏ
ଋତୁ
ମହମହ ବାସିଲାଣି
ଝୁଣା କି ଅଗୁରୁ
ମାଆର ପାଉଁଜି କି ପାଣିକାଚ
ତୋଳୁଚି ଛମଛମ୍ ,
ରୁଣୁଝୁଣୁ ଶବ୍ଦ ।
ଶାନ୍ତ ମନେ
ପବିତ୍ର ହୃଦୟେ
ଗଙ୍ଗଶିଉଳିରେ
ହେବ ଏବେ ଯାଗଯଜ୍ଞ
ମନ୍ଦାରରେ ମାଆର ସିନ୍ଦୂର
ଅପରାଜିତାର ଶାଢୀ
ରଙ୍ଗଣୀରେ ରଙ୍ଗେଇଛି
ହାତପାଦ ତା’ର ।
ଆକାଶରେ ଭେଳାଭେଳା
ଧଳାମେଘରେ ଶୁଭିଲାଣି
ଓମକାର ..ଦେବୀସୂକ୍ତ
ଆସିଲାଣି , ଆସିଲାଣି
ଫୁଙ୍କ ଏବେ ବିଜୟର ଶଙ୍ଖ
ତୂରୀ ଭେରୀ
ଶୁଭିଯାଉ ମୃଦଙ୍ଗ ନିନାଦ।
କାଂଶବାହାଲ
Comments are closed.