Latest Odisha News

BREAKING NEWS

କବିତା: ଶବ୍ଦର ଶତାବ୍ଦୀ

ଡମ୍ବରୁଧର ବେହେରା

ତୁମ ନୀରବତାର ଅକୁହା କଥା
ମୋ ହୃଦୟରେ ଭରଦିଏ ଅନେକ ବ୍ୟଥା
ଯେମିତି ଛୁଇଁଦେଲେ ମଉଳି ଯାଏ
ଆମ ବାରିପଟେ ଥିବା ଲାଜକୁଳୀ ଲତା…

ଏହାର ମାନେ ନୁହଁ ଯେ
ତୁମେ ଶବ୍ଦର ଶତାବ୍ଦୀ
ରୀତି,ନୀତି, ରତି ଆଦି
ଅନ୍ତର,ବହିର୍ଗତ ବୁଦ୍ଧି
ରକ୍ତ,ହାଡ଼,ମାଂସ ଗଢା
ଆମ ଅଗଣାର ସମାଧି…

ହଁ ହଁ ତୁମକୁ ,
ଯିଏ ଯାହା ଡାକିଲେ ହେଲା
କିନ୍ତୁ ,ମୁଁ ଡାକିବି
ଗୀତା,ମିତା, ରୀତା
କବିଙ୍କ କବିତା
ସାହିତ୍ୟ ରାଇଜେ
ଜଗତ ଜିତା
ତୁମେ,
ଶବ୍ଦର ଶତାବ୍ଦୀ…..!!

ଗଞ୍ଜାମ(ଓଡ଼ିଶା)

Comments are closed.