Latest Odisha News

BREAKING NEWS

ରାତିରେ ନିଦ ହେଉନି କି ? ତେବେ ଆପଣାନ୍ତୁ ଏହି ଉପାୟ…

ଅଧିକାଂଶ ଲୋକ ଅନିଦ୍ରା ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ସଠିକ୍‌ ଭାବେ ନିଦ ନ ହେଲେ ବିଭିନ୍ନ ରୋଗର ଆଶଙ୍କା ବଢ଼ିଥାଏ  । ତେଣୁ ନିଜ ଶରୀର ପ୍ରତି ଟିକିଏ ଗୁରୁତ୍ୱ ଦେବା ଆବଶ୍ୟକ  । ବିଶେଷଜ୍ଞଙ୍କ ମତ ଅନୁଯାୟୀ, କେତେକ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
-ରାତ୍ରିଭୋଜନର ୧୦ ମିନିଟ୍ ପରେ ଗିଲାସେ ଉଷୁମ ପାଣି ପିଇବା ଅଭ୍ୟାସ କଲେ ଖାଦ୍ୟ ହଜମ ହେବା ସହ ଭଲ ନିଦ ବି ହୁଏ।

-ରାତ୍ରିଭୋଜନ ୮.୩୦ରୁ ୯ଟା ସୁଦ୍ଧା କରନ୍ତୁ। ଏହା ପରେ ୨୦-୩୦ ମିନିଟ୍ କକ୍ଷ ଭିତରେ ଚଲାବୁଲା କରି ଶୋଇବା ଉଚିତ। ପ୍ରାଚୀନ କାଳରେ ଲୋକେ ଏଇ ଉପାୟରେ ଜୀବନ ଅତିବାହିତ କରୁଥିଲେ।

-ରାତିବେଳା କଫି, ଚା’, ଆଇସକ୍ରିମ୍ ଖାଇବା-ପିଇବା ଠାରୁ ଦୂରେଇ ରୁହନ୍ତୁ। ଏହା ଶରୀରର ତାପମାତ୍ରାକୁ ପରିବର୍ତ୍ତନ କରେ। ଏଣୁ ନିଦ ହୁଏନି।
-ରାତିବେଳା ଉଷୁମ ପାଣିରେ ପାଦକୁ କିଛି ସମୟ ବୁଡ଼ାଇ ରଖିଲେ ବି ଭଲ ନିଦ ହୁଏ।
-ସ୍ମାର୍ଟଫୋନ୍ ହେଉଛି ଅନିଦ୍ରାର ଅନ୍ୟତମ କାରଣ । ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରିବା ଦ୍ୱାରା ଆଖିକୁ ନିଦ ହୋଇନଥାଏ  । ଫଳରେ ଅନିଦ୍ରା ସମସ୍ୟା ଦେଖା ଦେଇଥାଏ  ।

-ଶୋଇବା ସମୟରେ କକ୍ଷରେ ଉଜ୍ଜ୍ବଳ ବତି ଲଗାନ୍ତୁନି । ଏହି କାରଣରୁ ନିଦ ହେବାରେ ବାଧା ଉପୁଜେ ।
ତେବେ ଅନିଦ୍ରା କାରଣରୁ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ । ତେଣୁ ପୂର୍ବରୁ ଏହି ସମସ୍ୟାର ସମାଧାନ କରିନେବା ଉଚିତ।

Leave A Reply

Your email address will not be published.