Latest Odisha News

BREAKING NEWS

କବିତା : ବସନ୍ତ ରାସ

ଗଦାଧର ସାହୁ 

ବସନ୍ତ ରାସ ଆସର
ବାସ ଚହଟଇ,
ମୃଦୁ ମନ୍ଦ ମଳୟରେ
ଧରଣୀ ହସଇ ।

ପୁଲକ ଜାଗେ ପରାଣେ
ମଳୟ ପରସେ,
ତରୁ ଡାଳେ ନବ କଢି
ପଲ୍ଲବେ ହରସେ ।

ପଞ୍ଚମ ତାନରେ ଗାନ
କୋକିଳ କରଇ,
ସୁମଧୁର କୁହୁ ସ୍ବରେ
ଜନ ମନ ମୋହି ।

ଆମ୍ବ୍ର ବନରେ ବଉଳ
ଭୁରୁ ଭୁରୁ ବାସେ,
ସେ ବାସର ସୁବାସରେ
ଚଉଦିଗ ହସେ ।

ହସଇ ପାଣି ପବନ
ହସଇ ଆକାଶ
ମାଟି ଅଗ୍ନି ପଞ୍ଚଭୂତେ
ବସନ୍ତର ରାସ ।

ବ୍ରହ୍ମଗିରି

Leave A Reply

Your email address will not be published.