Latest Odisha News

BREAKING NEWS

ରେକର୍ଡ କଲା ରଣବୀରଙ୍କ ଆନିମଲ

ମୁମ୍ବାଇ: ରିଲିଜ ହେବା ପୂର୍ବରୁ ରଣବୀର କାପୁର ଅଭିନୀତ ଆନିମଲ ଫିଲ୍ମ ରେକର୍ଡ କରିଛି । ଭାରତର ପ୍ରଥମ ଫିଲ୍ମ ଭାବେ ଏହା ଆମେରିକାର ୮୮୮ରୁ ଅଧିକ ସ୍କ୍ରିନରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଏହା ପୂର୍ବରୁ ଶାହାରୁଖ ଖାଁଙ୍କ ଯବାନ ଫିଲ୍ମ ୮୫୦ ସ୍କ୍ରିନରେ ଓ ରଣବୀରଙ୍କ ବ୍ରହ୍ମାସ୍ତ୍ର ୮୧୦ ସ୍କ୍ରିନରେ ରିଲିଜ ହୋଇଥିଲା । ଏହି ଗ୍ୟାଙ୍ଗଷ୍ଟାର ଡ୍ରାମାରେ ରଣବୀରଙ୍କ ଲୁକ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ବାପା ଏବଂ ପୁଅର ସମ୍ପର୍କକୁ ନେଇ ଫିଲ୍ମ ଆଧାରିତ । ପ୍ରଥମ ଥର ପାଇଁ ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମାନ୍ଧନାଙ୍କ ସହ ରଣବୀର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ଏହା ଡିସେମ୍ବରରେ ୫ଟି ଭାଷାରେ ରିଲିଜ ହେବ ବୋଲି ସ୍ଥିର ହୋଇଛି ।

ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଏହି ଫିଲ୍ମର ଟିଜର କିଛି ଦିନ ତଳେ ନ୍ୟୁୟର୍କର ଟାଇମ୍ସ ସ୍କ୍ୱାୟରରେ ପ୍ରଦର୍ଶିତ କରାଯାଇଥିଲା । ଆମେରିକାର ଏହି ସ୍ଥାନକୁ ବିଶ୍ୱର ଏଂଟରଟେନମେଂଟ ଇଣ୍ଡଷ୍ଟ୍ରିର ପ୍ରମୁଖ ପ୍ରଚାର କେନ୍ଦ୍ର ଭାବେ ବିବେଚନା କରାଯାଇଥାଏ । ରଣବୀର ଆନିମଲରେ ଏକ ନୃଶଂସ ଓ ଭୟଙ୍କର ଚରିତ୍ରରେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.