Latest Odisha News

BREAKING NEWS

ଚାଞ୍ଚଲ୍ୟ: ଟ୍ରଙ୍କ ଭିତରୁ ମିଳିଲା ୩ ଭଉଣୀଙ୍କ ମୃତଦେହ, ସନ୍ଦେହ ଘେରରେ ପରିବାର ଲୋକେ

ଚଣ୍ଡିଗଡ: ପଞ୍ଜାବରେ ଜଲନ୍ଧରରେ ଚାଞ୍ଚଲ୍ୟ । ଘର ବାହାରେ ଥିବା ଟ୍ରଙ୍କ ଭିତରୁ ମିଳିଲା ୩ ଭଉଣୀଙ୍କ ମୃତଦେହ । ସନ୍ଦେହରେ ପରିବାର ଲୋକାଙ୍କୁ ଉଠେଇ ନେଇଛି ପୋଲିସ । ଜଲନ୍ଧରର ମକସୁଦା ପୋଲିସ ଷ୍ଟେସନ ଅନ୍ତର୍ଗତ କାନପୁରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତ ୩ ଭଉଣୀ ହେଉଛନ୍ତି ୯ ବର୍ଷୀୟା ଅମୃତା, ୬ ବର୍ଷୀୟା ଶକ୍ତି ଏବଂ ୪ ବର୍ଷୀୟା କାଞ୍ଚନ ।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ପିଲା ମାନେ ନମିଳିବାରୁ ଚିନ୍ତିତ ଥିଲେ ୩ଝିଅଙ୍କ ବାପା । ସେଥିପାଇଁ ଘରେ ପାଟିତୁଣ୍ଡ ମଧ୍ୟ କରିଥିଲେ ସେ । ପରେ ନିଖୋଜ ନେଇ ପୋଲିସକୁ ସୂଚନା ଦେଇଥିଲେ ପରିବାର ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା କିନ୍ତୁ କିଛି ନପାଇ ଫେରି ଆସିଥିଲା । କିନ୍ତୁ ଆଜି ସକାଳେ ସେହି ଅଞ୍ଚଳର କିଛି ଲୋକମାନେ ଶିଶୁମାନଙ୍କ ମୃତଦେହ ଟ୍ରଙ୍କରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସନ୍ଦେହରେ ପରିବାର ସଦସ୍ୟଙ୍କୁ ଉଠାଇନେଇଛି ।

Leave A Reply

Your email address will not be published.