Latest Odisha News

BREAKING NEWS

କବିତା : ଲୌହ ଫଳକ

ମଧୁମିତା ମିଶ୍ର

ସେଇ ପ୍ରଶସ୍ତ ଲୌହ ଫଳକ ମୁଁ..
ଯାହା ଉପରେ ପାଦ ଦେଇ..
ଦିଅଁ ଦର୍ଶନ ତୁମେ ପାଇଛ..!!

ପାଦ ଦେଲା ପରେ ଖୁସିରେ କୁହ..
ସବୁ ପାପ ଭାର କାଳେ..
ମୋତେ ହିଁ ସେଇଠି ସମର୍ପି ଦେଇଛ..!!

ମୋ ଉପରେ ପାଦ ନ ଦେଇ..
ବାଇଶି ପାହାଚ ଯାଏ..
କୁହ କଣ କେହି ପହଞ୍ଚି ପାରିଛ..!!

କିନ୍ତୁ ଆସିବା ବେଳେ..
ସବୁ ପୁଣ୍ୟ ସାଉଁଟି..
ନିଜ ଭାଗ୍ୟ ନେଇ ଆଗେଇ ଯାଇଛ..!!

ଆଉ ସେତେବେଳେ କାଳେ..
ମୋତେ ସ୍ପର୍ଶ କଲେ.. ମୁଁ ନେଇଯିବି..
ତେଣୁ ଡେଇଁ କରି ପଛରେ ପକେଇଛ..!!

ହଁ…ମୁଁ ..ସେହି..ସର୍ବ ସଂହା..
ଯାହା ଉପରେ ଚଢ଼ି କୋଟି ପୁଣ୍ୟ ପାଉଛ..
ଉତ୍କୃଷ୍ଟତା ଆଉ ପ୍ରସିଦ୍ଧି ଲାଭ କରୁଛ..!!

ଆଉ ପରିଶେଷରେ..
ଏଇ ପଣତ କାନି..
କାଳେ ତୁମ ଅର୍ଜିତ ପୁଣ୍ୟ ନେଇଯିବ ଭାବି..
ପାଦ ନ ଦେଇ..
ନଅଟକି ଆଗେଇ ଯାଉଛ..!!

ଆଉ ମୁଁ.. ସେଇମିତି ଅପେକ୍ଷା କରୁଛି..
କିଛି ଦୋଷ କିଛି ପାପ ନେଇ
ପୁଣି ଆସିବ ତୁମେ..
ଆଉ ମୋତେ ସମର୍ପି..ଚଢ଼ିଯିବ..
ସେଇ ପାବନ ବାଇଶି ପାହାଚ…!!

ଭୁବନେଶ୍ଵର
୯୪୩୮୪୭୦୮୦୭

Comments are closed.