Latest Odisha News

BREAKING NEWS

କବିତା : ଜୀବନ ଗାଥା

ସନ୍ଧ୍ୟା ଘଡ଼େଇ 

ରାତି ରାତି ଉଜାଗରେ
କଣ୍ ଲେଖିହୁଏ କବିତା??
ପଢ଼ିହୁଏ କାହାର ଜୀବନ ଜିଇଁବାର ନିଶା,
ତୁମକୁ ପଢ଼ିପାରିନି କେବେ
ବୁଝିବି କେମିତି??
ତୁମେ କୋଉ ବୁଝିଲ ଯେ ମୋତେ ?

ତୁମ ମୋ ସମ୍ପର୍କ ତ ଜୀଇଁ ଥାଉ ଥାଉ
ହଠାତ୍ ମରିଗଲା କେବେ।
ତୁମ ବ୍ୟସ୍ତତାର କାହାଣୀ ଶୁଣି ଶୁଣି
ମୁଁ ନୀରବ ନିଃଶବ୍ଦ।

ହଜିଛି ଅନେକ, ଖୋଜିଛି ବି କେତେ !

ଖୋଜିଲା ଦୁଇଟା ଆଖି ପିନ୍ଧିଛି ଲୁହର ଗଜରା
ମୁଣ୍ଡ ପିନ୍ଧିଛି ଅପବାଦର ମୁକୁଟ।
ତୁମେ ଅହରହ ବତେଇ ଦେଇଛ ଗୋଟାଏ
ସମୟ ନ ଥିବା ପ୍ରସ୍ତାବର କଥା।

ନିଜକୁ ସମର୍ପି ଦେବାର ଅଭିନୟରେ
ବେଶ୍ ପାରଙ୍ଗମ ତୁମେ
ସତ ମିଛର ଗୋଟେ ଖୋଳପାର ଦୂରତ୍ବ
ତୁମଠୁ ବେଶୀ ଦୂରେଇ ଥାଏ ଅନବରତ

ଜୀବନର ଲମ୍ବା ରାସ୍ତା ତୁମର ସାଧା ସିଧା
କଣ୍ଟକିତ ରାସ୍ତା ର ଦୋଛକି ରେ ମୁଁ ଏପଟ ସେପଟ
ଗୋଟାଏ ବ୍ୟସ୍ତତା ର ଦ୍ୱାହି ରେ ତୁମେଇତ
ଓହରିଛ ତମଠୁ ମୋ ଯାଏଁ !

ତଥାପି ଜୀବନର ସବୁ ସମୟ ତକ ଅଜାଡ଼ି ଦେଇଚି
ତୁମ ପାଦ ତଳେ
ଆଉ ତୁମେ ନ ଥିବାର କିଛି ନିରୀହପଣକୁ
ମୋ ଆଗରେ ମିଛ ପ୍ରତିଶ୍ରୁତିର ମୁଖା ପିନ୍ଧେଇ
ଆଗେଇ ଯାଇଛ ବହୁ ଆଗକୁ ଆଗକୁ ଜୀବନ ଗାଥା

ରାତି ରାତି ଉଜାଗରେ
କଣ୍ ଲେଖିହୁଏ କବିତା??
ପଢ଼ିହୁଏ କାହାର ଜୀବନ ଜିଇଁବାର ନିଶା,
ତୁମକୁ ପଢ଼ିପାରିନି କେବେ
ବୁଝିବି କେମିତି??
ତୁମେ କୋଉ ବୁଝିଲ ଯେ ମୋତେ।
ତୁମ ମୋ ସମ୍ପର୍କ ତ ଜିଇଁ ଥାଉ ଥାଉ
ହଠାତ୍ ମରିଗଲା କେବେ।
ତୁମ ବ୍ୟସ୍ତତା ର କାହାଣୀ ଶୁଣି ଶୁଣି
ମୁଁ ନୀରବ ନିଃଶବ୍ଦ।
ହଜିଚି ଅନେକ, ଖୋଜିଛି ବି କେତେ।
ଖୋଜିଲା ଦୁଇଟା ଆଖି ପିନ୍ଧିଚି ଲୁହର ଗଜରା
ମୁଣ୍ଡ ପିନ୍ଧିଚି ଅପବାଦ ର ମୁକୁଟ।
ତୁମେ ଅହରହ ବତେଇ ଦେଇଛ ଗୋଟାଏ
ସମୟ ନ ଥିବା ପ୍ରସ୍ତାବ ର କଥା।
ନିଜକୁ ସମର୍ପି ଦେବାର ଅଭିନୟରେ
ବେଶ୍ ପାରଙ୍ଗମ ତୁମେ।
ସତ ମିଛ ର ଗୋଟେ ଖୋଳପା ର ଦୂରତ୍ବ
ତୁମଠୁ ବେଶୀ ଦୂରେଇ ଥାଏ ଅନବରତ।
ଜୀବନର ଲମ୍ବା ରାସ୍ତା ତୁମର ସାଧା ସିଧା ।
କଣ୍ଟକିତ ରାସ୍ତା ର ଦୋଛକି ରେ ମୁଁ ଏପଟ ସେପଟ।
ଗୋଟାଏ ବ୍ୟସ୍ତତା ର ଦ୍ୱାହି ରେ ତୁମେଇତ
ଓହରିଛ ତମଠୁ ମୋ ଯାଏ।
ତଥାପି ଜୀବନ ର ସବୁ ସମୟ ତକ ଅଜାଡ଼ି ଦେଇଚି
ତୁମ ପାଦ ତଳେ।
ଆଉ ତୁମେ ନ ଥିବାର କିଛି ନିରୀହପଣ କୁ
ମୋ ଆଗରେ ମିଛ ପ୍ରତିଶ୍ରୁତି ର ମୁଖା ପିନ୍ଧେଇ
ଆଗେଇ ଯାଇଛ ବହୁ ଆଗକୁ ଆଗକୁ।

ଏବେ ବି ମୁଁ ଅବୋରିଛି କିଛି ଖୋଜିଲା ପଣ
ଏବେ ବି ମୁଁ ଅବୋରିଛି କିଛି ଖୋଜିଲା ପଣ ।

Leave A Reply

Your email address will not be published.