Latest Odisha News

BREAKING NEWS

କବିତା : ସବୁଠି ଛଳନା

ସସ୍ମିତା ନାୟକ

ଦୀପ ସିନା କୋଳେ ଧରେ
ସଳିତା ତେଲକୁ
ଅଗ୍ନି ସଂଯୋଗରେ
ଜାଳେ ଆପଣା ଜିହାକୁ ।।

ସଳିତା ଜାଣିଛି
ଆପଣା ଛନ୍ଦରେ
ଜଳିବାର କେତେ ସୁଖ
ସଳିତା ଜାଣିଛି
ଅଧେ ଜଳି ପୁଣି
ଅଧାରୁ ଲିଭିବା
କେତେ ଯେ ଦୁଃଖ ।।

ଦୀପ ବିନା ଏଠି
ତେଲ ଯେ ଅଧୁରା
ତେଲ ବିନା ନାହିଁ
ଦୀପର କଳନା
ସଳିତା ସାଥିରେ
ବିତି ଚାଲିଥାଏ
କାକଟପୁର, ନଈଗୁଆଁ, ପୁରୀ

Comments are closed.