ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଠିକ ଏତିକି ବେଳକୁ ସମ୍ଭବ ଘର ଭିତରକୁ ପଶି ଆସି ,ଏଇ ଖୁସିରେ ଆସିଗଲା ଗରମା ଗରମ ଦୋଷା ସମ୍ବର୍ ଚଟଣୀ ଆଉ ଆମ ସମସ୍ତଙ୍କର ପ୍ରିୟ ଛେନାପୋଡ଼ !!
ଆଉ ଜାଣ ଏସବୁ କାହା ପାଇଁ ? ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁ …..ଏକାବେଳକେ କହି ଉଠିଲେ ନାଇଁ ତ !
ଆସ୍ଥା କିନ୍ତୁ ସାମାନ୍ୟ ବିବ୍ରତ ହୋଇ ସମ୍ଭବଙ୍କ ଆଡ଼କୁ ପଇସା ଆଉ ବ୍ୟାଗଟା ବଢ଼େଇ ଦେଇ ତୁମେ ଯାଅ ପିଲାଟା କୁଆଡ଼େ ଯିବ ସନ୍ଧ୍ୟା ହୋଇ ଆସିଲାଣି !!
ସମ୍ଭବ ଆସ୍ଥା ଆଡ଼କୁ ଲକ୍ଷ୍ୟ କରି ଆଚ୍ଛା ଠିକ ଅଛି ଦିଅ କହି ବଜାରକୁ ଚାଲିଗଲେ । “ମାଆ ମୁଁ ତ ଯାଇଥାନ୍ତି ଆପଣ ସାର୍ ଙ୍କୁ କାହିଁକି ପଠେଇଲେ ଯେ ? ମୋତେ ଜମ୍ମା ଭଲ ଲାଗିଲାନି । ମୋ ଦ୍ଵାରା କିଛି ଭୁଲ ହୋଇ ଯାଇଛି କି ?ମୋ ଉପରେ ରାଗିକି କାମ ବତାଉ ନାହାନ୍ତି କି ?!” ଲୁହ ଟଳମଳ ଆଖିରେ ପଚାରୁଥିଲା ଆସ୍ଥା କୁ ।
ସମ୍ଭବ : ଏଇଟା ଆମ ସୁରେଖାର ଆଡ୍ମିସନ ଖୁସିରେ ! ଆସ୍ଥା ଆଡ଼କୁ ଚାହିଁ ,ତମେ କଣ ଭାବୁଥିଲ ତମ ସମ୍ଭବ ଏତେ ଖରାପ !ଏକାକୀରେ ସୁରେଖା ସହିତ ତା ମନ କଥା ବୁଝି ସଂସ୍କୃତ ମହାବିଦ୍ୟାଳୟରେ ଆଡ୍ମିସନ କରି ଦେଇଚି ମ !!ଆଉ ହଁ ଏଥିପାଇଁ ମୋତେ କିଛି ଅସୁବିଧା ହେଇନି ।ସୁରେଖା ତ ଫାଷ୍ଟକ୍ଳାସ ଫାଷ୍ଟ ପିଲା । ସବୁଥିରେ ଭଲ ନମ୍ବର ରଖିଥିଲା ।ଖାଲି ଅଯଥାରେ ଏତେ ଦିନ …ଛାଡ଼ ସେସବୁ କଥା ।ଏଥର ସୁରେଖା ମାଆ ଖୁସି ତ ?ଆଉ ସମସ୍ତେ …..???
ଘର ଖୁସିର ମାହଲ ଫାଟି ପଡୁଥିଲା ….!!!
କ୍ରମଶଃ