Latest Odisha News

କବିତା : ପ୍ରେମ

ସତ୍ୟନାରାୟଣ ଗନ୍ତାୟତ
ପ୍ରେମ
ତମ ଉଚ୍ଚାରଣ
ନା
ତମ ଆଚରଣ ?
ପ୍ରେମ
ତମ ଦୃଷ୍ଟିପାତ
ନା
ତମ ପଦପାତ ?
ପ୍ରେମ
ଦୂରେ ଥିଲେ ବି
ନା
ପାଖେଇଲେ ଇ ?
ପ୍ରେମ
ଉଡେ ପବନେ
ନା
ଥାଏ ପରାଣେ ?
ପ୍ରେମ
ଶବ୍ଦର ଅର୍ଥ
ତମେ ମୁଁ ଆମେ
କେହି କି ବୁଝିଛୁ ଏ ଯାଏ ?
ନା
ଏକାନ୍ତ ହୋଇ
ଆମକୁ ବୁଝାଇଛି କିଏ  ??
“ସୁହାସିତମ୍”,କସ୍ତୁରୀ ନଗର,
ରାୟଗଡା: ୭୬୫୦୦୧.(୯୪୩୭୯୦୯୬୭୫)
Leave A Reply

Your email address will not be published.