Latest Odisha News

BREAKING NEWS

କବିତା : ଶୀତଗାଏ ଗୀତ

ଶ୍ରୀରାମ ସାହୁ

ଶୀତଗାଏ ଗୀତ କୁହୁଡି ସାଥିରେ
ନିଶିଥର ନିଶବ୍ଦରେ
କାକର ଭିଜାରେ ହସେ ବସୁନ୍ଧରା
ବିମୋହିତ ଆସରରେ ।

କୁଳୁକୁଳୁ ସ୍ଵନ ତଟିନି ଝରଣା
ରଖି ତାଳସୁର ଲୟ।
ଗାଉଥାନ୍ତି ସଦା ପରାଣ ସଙ୍ଗୀତ
ମନ ହୁଅଇ ଅଥୟ।
ଲାଗିଥାଏ ଭିଡ ପୂଜିବାକୁ ଶିବ
ନିତି ମନ୍ଦିର ବେଢାରେ ।୧।

କାର୍ତ୍ତିକ ମାସରେ ସାତ୍ତ୍ୱିକ ଆହାର
ଅପାର ଶାନ୍ତି ମିଳଇ।
ଭଜନ କୀର୍ତ୍ତନ ଜପତପ ଧ୍ୟାନ
ସୁଖ ପ୍ରଦାନ କରଇ।
ତୀର୍ଥ ଗମନରେ ଗ୍ରନ୍ଥିର ମୋଚନ
ହୋଇଥାଏ ଶରୀରରେ ।୨।

ଶୀତପରି ମିତ ବରଷକୁ ଥରେ
ଆସଇ ସମ୍ଭାର ଧରି।
ଖୁସିର ପସରା ମେଲି ଦେଇଥାଏ
ପ୍ରିୟବନ୍ଧୁ ଜନପରି।
ନାଚିବା ଝୁମିବା ଆନନ୍ଦେ ଗାଇବା
ସାଥି ହୋଇବା ଶୀତରେ ।୩।

 

      ଫୁଲବାଣୀ

Comments are closed.