Latest Odisha News

କବିତା : ସ୍ମୃତି

ମହମ୍ମଦ ତଫିଜୁଲ୍ ହୋସେନ 

ସ୍ମୃତିତ ଅନେକ ଅଛି ବୁଣିବା ପାଇଁ
ସବୁଠି ନିର୍ଜନ ମରୁଭୂମି
ଉର୍ବର ଭୂମି ଖୋଜି ଚାଲିଛି
ସେ ଅଙ୍କୁରିତ ହେବ, ଶାଖା ପ୍ରସାରିତ କରିବ

ଦ୍ରୁମରୁ ମହାଦ୍ରୁମ ହୋଇ ଛାଇ ଦେବ
ଥକ୍କା ମଣିଷଙ୍କୁୁ, ପଥହରା ପଥିକଙ୍କୁ
ଭଙ୍ଗା ହୃଦୟେ ଧରି ବୁଲୁଥିବା ପ୍ରେମିକଙ୍କୁ
ବାସ ଶୂନ୍ୟ ମଣିଷମାନଙ୍କୁ

ତା ଡାଳପତ୍ର ପବନ ସହ ନୃତ୍ୟ କରିବେ
ଶୀତଳତାରେ ତୃପ୍ତି ପାଇବ ଅତୃପ୍ତ ଭାବନା
ମଧୁର ସଙ୍ଗୀତ ତୋଳିବ ନୂତନ ସମ୍ଭାବନା
ଚଳଚଞ୍ଚଳ ହେବ କିଛି ଆଶ୍ଵାସନା

ଆଞ୍ଜୁଳାଏ ଲୁହ ହିଁ ଯଥେଷ୍ଟ ମୋର
ସ୍ମୃତିର ଜୀବନ୍ୟାସ ପାଇଁ
କୋହ ହଁ ଯଥେଷ୍ଟ ତାର ସୁରକ୍ଷା ପାଇଁ
ଏମିତି ବଞ୍ଚି ରହିବ ମୋର ସ୍ମୃତି ଚିରକାଳ ପାଇଁ ।

ଚିପିଲିମା , ସମ୍ବଲପୁର

Comments are closed.