Latest Odisha News

BREAKING NEWS

ଅନୁବାଦ କବିତା : ସହର

ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା

୧. ସହର

ଏଇ ନଗ୍ନ ପାହାଡ଼ର
ଶୀର୍ଷରେ ଏକ କାଲଭାରି
ସ୍ୱଚ୍ଛ ଜଳଧାରା
ଏବଂ ଶହ ଶହ ବର୍ଷର ପୁରୁଣା
ଅଲିଭ ଗଛମାନ
ଅଣଓସାରିଆ ରାସ୍ତାରେ
ମଫଲରରେ ମୁହଁ ଢାଙ୍କିଥିବା ଲୋକ
ଏବଂ ମିନାର ଉପରେ ଥିବା
ପବନର ଦିଗ ପ୍ରଦର୍ଶକ ନିଶାଣରେ
ଘୁରି ବୁଲୁଥିବା ଚକ୍ର
ଚିରକାଳ ଧରି ଘୁରି ବୁଲୁଛି।
ଆନ୍ଦାଲୁସିୟାର ଏଇ
ବିସ୍ମୃତ ସହରଟି
ମନ ଦୁଃଖରେ କାନ୍ଦୁଛି

୨. ସେ ଭୋରରେ ମଲେ

ଛତୁର୍ଥୀ ଜହ୍ନର ରାତି
ଗୋଟିଏ ଗଛ ଓ ତା’ର
ସଙ୍ଗହୀନ ଛାଇ
ଏବଂ ଏକମାତ୍ର ଚଢ଼େଇ
ମୁଁ ମୋର ମାଂସରେ ଖୋଜେ
ତୁମରି ଓଠର ଚିହ୍ନ
ପବନକୁ ନ ଛୁଇଁବି
ଝରଣା ଦେଇଛି ତାକୁ
ଅଜସ୍ର ଚୁମ୍ବନ ।

ତୁମେ ମୋତେ କହିଥିବା
ନାଁ କୁ ଧରିଛି ମୁଠାଇ
ମୋ ହାତ ପାପୁଲିରେ
ସତେ ଯେମିତି ଏକ
ଶେତା ପଡ଼ି ଯାଇଥିବା।
ବାସି ଲେମ୍ବୁ ଗଢ଼ା ମହମରେ।

ଛତୁର୍ଥୀ ଜହ୍ନର ଏ ରାତି
ଏକେଲା ଏ ଗଛ
ମୋ ପ୍ରେମ କେନ୍ଦ୍ରିତ ହୋଇ ବୁଲୁଅଛି ଗୋଟିଏ ବିନ୍ଦୁରେ।

ଅନୁବାଦ : ମନୋରଞ୍ଜନ ହୋତା

Comments are closed.