ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ
ହାୟ ଚିଲ, ସୁନେଲି ଡେଣାର ଚିଲ
ତୁମେ ଏଇ ବର୍ଷାଭିଜା ଦ୍ୱିପହରେ
ଯେଉଁ ନଦୀ ବହିଯାଏ ଧାନ ବିଲ ଛୁଇଁ
ତା ଉପରେ ଉଡ଼ି ଉଡ଼ି ତୁମେ କାନ୍ଦ ନାହିଁ।
ତୁମରି କାନ୍ଦର ସ୍ଵର
ଶୁଣି ମନେ ପଡ଼େ ମୋର
ବେତ ଫଳ ପରି, ମ୍ଳାନ ଆଖି ତା’ର
ସେ କିନ୍ତୁ ଯାଇଛି ଚାଲି
ସାଥୀରେ ତା ରୂପ ଦେଇ
ଦୂରେ, ବହୁ ଦୂରେ ,
ପୃଥିବୀର ଅନ୍ୟାନ୍ୟ
ରଙ୍ଗୀନ ରାଜକନ୍ୟାଙ୍କ ପରି
କାହିଁକି ଆଣୁଛ ଡାକି ତାକୁ ପୁଣି ଆଉଥରେ ?
କୁହ କିଏ ହୃଦୟର ପୁରୁଣା କ୍ଷତକୁ
ଏମିତି ଉଖାରେ
ଭୋଗିବାକୁ ସେ ଯାତନା
ପୁଣି ଆଉଥରେ !
ହାୟ ଚିଲ, ସୁନେଲି ଡେଣାର ଚିଲ
ତୁମେ ଏଇ ବର୍ଷା ଭିଜା ଦ୍ୱିପହରେ
ଉଡ଼ି ଉଡ଼ି ଏଇ ଧାନ ବିଲ ପରେ
କାନ୍ଦନାରେ.. କାନ୍ଦନାରେ.. କାନ୍ଦନାରେ ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.