Latest Odisha News

BREAKING NEWS

ସୋମବାରେ କରୁଛି ମୁଁ ଶିବ ଦର୍ଶନ…

ସୋମବାରେ କରୁଛି ମୁଁ ଶିବ ଦର୍ଶନ…

ସନ୍ତୋଷ ମିଶ୍ର

ସୋମବାରେ କରୁଅଛି ଶିବ ଦର୍ଶନ
ମୋ ହୃଦୟେ ଦେଇଛି ମୁଁ ଶିବଙ୍କୁ ସ୍ଥାନ,
କଲେ ଭକ୍ତି ମିଳେ ଶକ୍ତି ପ୍ରଫୁଲ୍ଲ ମନ
ସୋମବାରେ କରୁଅଛି ଶିବ ଦର୍ଶନ ..(୦)
ଗଙ୍ଗାଜଳ ବେଲପତ୍ର କରୁଛି ଅର୍ପଣ
କ୍ଷୀର ଢାଳେ ଶିବ ଲିଙ୍ଗେ ମହାଦେବ ଘେନ,
ନାଗେଶ୍ୱର ଫୁଲ ଦିଏ ହୃଦେ ଧ୍ୟାନ କରି
ଦୁଇ ହାତ ଯୋଡ଼ି ଦିଏ ଜପି ପଞ୍ଚାକ୍ଷରୀ,
ମୋ ହୃଦୟେ ଛନ୍ତି ଶିବ ନୟନରେ ଶିବ
ଅନ୍ତରରୁ ଡାକ ଦେଲେ ପ୍ରଭୂ ଦେଖା ଦେବ,
କଲେ ଭକ୍ତି ମିଳେ ଶକ୍ତି ପ୍ରଫୁଲ୍ଲ ମନ
ସୋମବାରେ କରୁଅଛି ଶିବ ଦର୍ଶନ ..(୧)
ଶ୍ରାବଣରେ ଭିଜିଭିଜି ଆଣୁଛି ଗଙ୍ଗାଙ୍କୁ
ମାନସିକ କରିଥିଲି ମସ୍ତକେ ଦେବାକୁ,
ନାରିକେଳ ନାଗ ଚମ୍ପା ଛଡେଇ ଦେଉଛି
ମହାମନ୍ତ୍ର ଜପ କରି ଶିବଙ୍କୁ ଡାକୁଛି,
ମାଆ ସଙ୍ଗେ ମହାଦେବ ସେ’ତ ଶିବଶକ୍ତି
ସେ ପାଦରେ ରହି ଥାଉ ସଦା ମୋର ଭକ୍ତି,
କଲେ ଭକ୍ତି ମିଳେ ଶକ୍ତି ପ୍ରଫୁଲ୍ଲ ମନ
ସୋମବାରେ କରୁଅଛି ଶିବ ଦର୍ଶନ ..(୨)
———————————–
ଆଇନଜୀବୀ, ଭବାନୀପାଟଣା ଦୁରଭାଷ- ୯୪୩୮୨୬୩୪୬୪

Comments are closed.