ଦ୍ୱିତୀୟ ଈଶ୍ଵର
ସୋନାଲି ପଣ୍ଡା
ଶତଭିଷା ନକ୍ଷତ୍ର ରେ
ଯେଉଁ ତାରା ଟି ଉଇଁଲା
ମତେ,
ତୋ ଆଖି ପରି ଦିଶେ।
ତୁ ଜାଣୁ?
ଶିଳ୍ପୀ ମୁଖା ପିନ୍ଧି,
କାଇଁ କେତେ ଯୁଗ ଧରି
ମୁଁ ଗଢ଼ି ଚାଲିଚି ପ୍ରେମ
ଗଢ଼ି ଚାଲିଚି ତତେ!
ପ୍ରଥମେ ତୋ କପାଳ ଗଢିଲି
ଛିଡ଼ି ଗଲା,
ମୋ ପାଦ ରୁ ଆଙ୍ଗୁଠି।
ନାକ ଗଢିଲି ; ମିଳେଇଗଲା ପାହାଡ଼
କାନ ଗଢିଲି ; ମିଳେଇଗଲା ରାତି
ଗାଲ ଗଢିଲି ; ମିଳେଇଗଲା ଆକାଶ
ଓଠ ଗଢିଲି ; ମିଳେଇଗଲା ଛାତି।
ଗଳା, ଛାତି, ପେଟ ,ପିଠି
ଗଢ଼ି ସାରି ଦେଖେ ତ,
ଦେହରେ ମୋ ଚାରି ଖଣ୍ଡ ହାଡ଼।
ତଥାପି,
ଗଢି ପାରିଲି ନାଇଁ ଆଖି।
ତୋ ଆଖି ପରି ଆଖି ଟେ
ଗଢି ନପାରିବାର ଦୁଃଖ
ମତେ ଘାରେ।
ବାରମ୍ବାର ଘାରେ।
– ମତେ ଘୃଣା କରୁ?
ପାରିବୁ ତ,
ସବୁ ଥର ପରି ତୋ ମୂର୍ତ୍ତି
ତୁ ଟିକେ ଛୁଇଁ ଦେଇ ଯିବୁ !
……………………………………
କେନ୍ଦ୍ରୀୟ ବିଦ୍ୟାଳୟ, ପୁରୀ
Comments are closed.