କବିତା: ଚନ୍ଦ୍ରିକା କୁମାର
ଅନନ୍ତାଂଶୁ ଜେନା
ଅବେଳ ମୌସୁମୀ ପରି
ମିଛି ମିଛିକା ସ୍ୱପ୍ନରେ
ତୁମେ, ହଠାତ
ମନେ ପଡିଯାଅ ଯେ
ବିଗତ ଦିନର
ସାଇତା ଅଙ୍ଗାର ସବୁ
ଝାପ୍ସା ନିଶାରେ ଗୋଟାପଣେ
ଓଦା କରି ପକାଏ ।
ତୁମକୁ ତୁମେ ବୋଲି
ଜାଣିବା ଆଗରୁ
ଶୁଣିଥିଲି ତୁମ କଥା
ତୁମେ କୁଆଡ଼େ ତୋଳିପାର
ଯେତେସବୁ ମନଛୁଆଁ କୋହ
ତୁଳସୀର ଗନ୍ଧ ଦେଇନୀଳ ଓଠରେ
ଗାଇପାର, ବଂଶୀର ବିରହ ।
ଯମୁନାର ପାଣିରେ
କଦମ୍ବ ର ଛନ୍ଦ ନେଇ
ରଚିପାର, ପ୍ରେମ ଅଳଙ୍କାର
ତ ପୁଣି, କୁଞ୍ଜ କେଳିରେ
ସଞ୍ଜ ବେଳରେ, ଭାଙ୍ଗିପାର
ଆପଣାର ଯାହାସବୁ ଅହଂକାର ।
କିନ୍ତୁ, କଣ ମିଳିବ
ତୁମ୍ଭ ଦାମ୍ଭିଲା ପଣରୁ
ତୁମେ ଯେ ନୀଳ ନିଳାମ୍ବର
ତୁମେ ଯେ ଚନ୍ଦ୍ରିକା କୁମାର
ପାଦ ତଳେ ତୁମ
ବନ୍ଧା ପଡ଼ିଛି, ମନ ମୋର ।
ରାଜକନିକା, କେନ୍ଦ୍ରାପଡ଼ା
Comments are closed.