ନୂଆପଡା: ଦୀର୍ଘ ଦିନ ଧରି ଲୋକେ କରୁଛନ୍ତି ଦାବୀ । କିନ୍ତୁ ପୁରଣ ହେଉନି ଲୋକଙ୍କ ଦାବୀ । କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ରାଜ୍ୟ ସରକାର । ନୂଆପଡା ଜିଲ୍ଲାର ସିନାପାଲି, ଖଡ଼ିଆଳ, ବୋଡେ଼ନ ଅଞ୍ଚଳ ବାସି ନ୍ୟାୟ ପାଇଁ ଦୀର୍ଘ ୧୦୦ ରୁ ୧୨୦ କିଲୋମିଟର ଅତିକ୍ରମ କରି ଜିଲ୍ଲା ମୁଖ୍ୟାଳୟକୁ ଯାଉଥିବା ବେଳେ ଏନେଇ ନାହିଁ ନଥିବା ହଇରାଣ ହେଉଛନ୍ତି ହଜାର ହଜାର ଲୋକେ l ତେଣୁ ଖଡ଼ିଆଳ ଠାରେ ଅତିରିକ୍ତ ଜିଲ୍ଲା ଦୌରାଜଜ (ଏଡିଜେ ) କୋର୍ଟ ସ୍ଥାପନ ପାଇଁ ଦୀର୍ଘ ବର୍ଷ ରୁ ଦାବି କରିଆସୁଛନ୍ତି ସ୍ଥାନୀୟ ଲୋକେ l ଏହାକୁ ନେଇ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବାସି ବାରମ୍ବାର ଆନ୍ଦୋଳନକୁ ଓଲ୍ହାଉଥିବା ବେଳେ ବିଧାନ ସଭାରେ ଏବିଷୟରେ ବାରମ୍ବାର ଦାବୀ କରି ଆସୁଛନ୍ତି ବିଧାୟକ । ହେଲେ ଚୁପ ବସିଛନ୍ତି ରାଜ୍ୟ ସରକାର l
ଗତ କିଛି ଦିନ ତଳେ ଖଡ଼ିଆଳ ଓକିଲ ସଂଘ ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏନେଇ ଏକ ସର୍ବଦଳୀୟ ବୈଠକ କରାଯାଇଥିଲା । ଏହି ବୈଠକକୁ ସମସ୍ତେ ସମର୍ଥନ ଜଣେଇବା ସହ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆସନ୍ତା ଡିସେମ୍ବର ୨୦ ତାରିଖରେ ଖଡ଼ିଆଳ ବନ୍ଦ ଡାକରା ଦିଆଯାଇଛି l ଖଡ଼ିଆଳ, ସିନାପାଲି, ବୋଡେ଼ନ ର ସମସ୍ତ ଗାଡି ମୋଟର, ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସଚେତନ ନାଗରିକ ମଞ୍ଚ । ତଥାପି ଯଦି ସରକାର ଏହି ସମସ୍ୟାର ଯଥାଶିଘ୍ର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଭାୟାବହ ଆନ୍ଦୋଳନ ହେବ ବୋଲି କହିଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ଖୋଦ୍ ଖଡ଼ିଆଳ ବିଧାୟକ ।
Comments are closed.