Latest Odisha News

BREAKING NEWS

ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଭୟ ଗୃହରେ ହଙ୍ଗାମା: ଗୋଟିଏ ଦିନରେ ଲୋକସଭାରୁ ୧୫ ସାଂସଦ ପୁରା ଅଧିବେଶନରୁ ନିଲମ୍ବିତ

ନୂଆଦିଲ୍ଲୀ:ସଂସଦର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁବାର ଉଭୟ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ବିରେଧୀ ଦଳ ସାଂସଦମାନେ ହୋହଲ୍ଲା-ନାରାବାଜି ଦେବାରୁ ଗୃହକାର୍ଯ୍ୟ ବ୍ୟାହତ ହୋଇଥିଲା । ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ଗୃହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୃହରେ ବକ୍ତବ୍ୟ ରଖିବା ଦାବି କରି ବିରୋଧୀ ଅଡି ବସିଥିଲେ । ଇତିମଧ୍ୟରେ ଲୋକସଭା ସ୍ପିକର ଗୃହକାର୍ଯ୍ୟରେ  ବାଧା ଦେବା ଅଭିଯୋଗରେ ୧୫ ଜଣ ସାଂସଦଙ୍କୁ ଅଧିବେଶନରୁ ନିଲମ୍ବିତ କରି ଦେଇଥିଲେ ।

ପ୍ରଥମେ କଂଗ୍ରେସର ସଦସ୍ୟ ଟି.ଏନ ପ୍ରତାପନ, ହେବି ଇଡେନ, ଜୋତିମଣି, ରମ୍ୟା ହରିଦାସ, ଡିନ କୁରିଆକେସଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ କାର୍ଯ୍ୟକାଳରୁ ନିଲମ୍ବିତ କରିଦେଇଥିଲେ ସ୍ପିକର । ଏହା ପରେ ହଙ୍ଗାମା ଥମି ନ ଥିଲା । ପରେ ଆଉ ୯ ଜଣ ସଦସ୍ୟଙ୍କୁ  ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ସେମାନେ ହେଲେ କଂଗ୍ରେସର ମନକିମ ଟାଗୋର, ବେନୀ ବେହନନ, ମହମ୍ମଦ ଜାବେଦ, ବି.କେ. ଶ୍ରୀକନ୍ଦନ, କେ.ସୁବ୍ରମଣ୍ୟମ, ଏହିଏମକେର ଏସଆର ପାର୍ଥିବନ,  ସିପିଆଇଏମର ପିଆର ନଟରାଜନ, ଏସ. ଭେଙ୍କଟେଶନ ଏବଂ ଡିଏମକେର କାନିମୋଝି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ କହିଛନ୍ତି, ଆମେ ସମସ୍ତେ ଏକଥାରେ ସହମତ ଯେ, ଗତକାଲି ବୁଧବାର ଡିସେମ୍ବର ୧୩ ତାରିଖରେ ଲୋକସଭା ସୁରକ୍ଷା ଗମ୍ଭରା ଭାବେ ପ୍ରଭାବିତ ହୋଇଥିଲା । ଲୋକସଭା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଏହାର ଉଚ୍ଚସ୍ତରୀୟ ଯାଞ୍ଚ କରାଯାଉଛି ।

ଅନ୍ୟପକ୍ଷେ ସାଂସଦଙ୍କ ନିଲମ୍ବନକୁ ନେଇ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି, ସରକାର ନିଜ ଅପାରଗତା ଲୁଚାଇବା ପାଇଁ ସାଂସଦଙ୍କୁ ସସ୍ପେଣ୍ଡ କରିଛନ୍ତି । ସୂଚନାଥାଉ କି, ରାଜ୍ୟସଭାରୁ ମଧ୍ୟ ଟିଏମସି ସାଂସଦ ଡେରେକ ଓ ବ୍ରାୟନଙ୍କୁ ସଂସଦ ବିରୋଧୀ ଆଚରଣ ପାଇଁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.