Latest Odisha News

BREAKING NEWS

କ୍ରୀଡା କମିଟିରୁ ସଚିନ, ଆନନ୍ଦ ଆଉଟ୍‌ !

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କ୍ରୀଡା କମିଟିରୁ ବାଦ୍ ପଡିଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ବିଶ୍ୱ ଚେସ୍ ଚାମ୍ପିଅନ ବିଶ୍ୱନାଥ ଆନନ୍ଦ । ବହୁ ଦିନ ହେବ ସଚିନ ଓ ଆନନ୍ଦ କ୍ରୀଡ କମିଟର ବୈଠକରେ ଯୋଗ ଦେଉନଥିଲେ ।ଏହି କାରଣରୁ ଦୁଇ ଜଣଙ୍କୁ କମିଟିରୁ ବାଦ୍ ଦିଆଯାଇଛି ।

ସଚିନ ଓ ଆନନ୍ଦଙ୍କ ବ୍ୟତୀତ ବ୍ୟାଡମିଂଟନ କୋଚ୍ ପୁଲେଲା ଗୋପୀଚାନ୍ଦ ଓ ଭାରତୀୟ ଫୁଟବଲ ଟିମ୍ ଅଧିନାୟକ ବାଇଚୁଙ୍ଗ ଭୁତିଆଙ୍କୁ ମଧ୍ୟ ଏହି କମିଟିରୁ ବାଦ୍ ଦିଆଯାଇଛି । ଗୋପୀଚାନ୍ଦଙ୍କୁ ଅଧିକ ବୟସ ଯୋଗୁଁ ତାଙ୍କୁ ବାଦ୍ ଦିଆଯାଇଥିବା କୁହାଯାଇଛି । ଏବେ ଗୋପୀଚାନ୍ଦ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ବ୍ୟସ୍ତ ଅଛନ୍ତି ।

ଡିସେମ୍ବର ୨୦୧୫ରେ ମୋଦି ସରକାର ଅଲ୍ ଇଣ୍ଡିଆ କାଉଂସିଲ ଅଫ୍ ସ୍ପୋର୍ଟସ ଗଠନ କରିଥିଲେ । ଦେଶରେ କ୍ରୀଡାର ବିକାଶ ପାଇଁ ଏହି କମିଟି ଗଠନ କରାଯାଇଥିଲା । ଏଥିରେ ସଚିନ ତେନ୍ଦୁଲକର ଓ ବିଶ୍ୱନାଥ ଆନନ୍ଦଙ୍କୁ ସାମିଲ କରିଥିଲେ ।

କିନ୍ତୁ ଏବେ ଏହି ଦୁଇଜଣଙ୍କୁ ବାଦ୍ ଦିଆଯାଇଛି । ଏବେ କ୍ରୀଡା ସମିତିର ସଦସ୍ୟ ସଂଖ୍ୟା ୨୭ରୁ କମି ୧୮ ହୋଇଛି । ଏହି କମିଟିରେ ନୂଆ ସଦସ୍ୟ ଭାବେ କ୍ରିକଟେର ହରଭଜନ ସିଂହ, କେ.ଶ୍ରୀକାନ୍ତ, ପିଟି ଉଷା, ବଛେନ୍ଦ୍ରୀ ପାଲ, ପାରା ଅଲିମ୍ପିକ୍ସ ଦୀପା ମଲିକ, ଶୁଟର ଅଞ୍ଜଳି ଭାଗବତ, ରେନେଡି ସଂହ ଏବଂ ଯୋଗେଶ୍ୱର ଦତଙ୍କୁ ସ୍ଥାନ ମିଳିଛି ।

Leave A Reply

Your email address will not be published.