Latest Odisha News

BREAKING NEWS

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ଗଞ୍ଜାମ ଜିଲ୍ଲା ପରିଦର୍ଶନ

ଭୁବନେଶ୍ବର : ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକରେ ସମୀକ୍ଷା କରାଯାଇଛି । ଏସପିଡି ଲିଙ୍ଗରାଜ ପଣ୍ଡା ଓ ଅଧିକାରୀଙ୍କ ଉପସ୍ଥିତିରେ ସ୍କୁଲ ଖୋଲିବା ନେଇ ସମୀକ୍ଷା କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁ ।

ଗଞ୍ଜାମ ଜିଲ୍ଲାର ୨୨ ଜଣ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରନ୍ସିପାଲ, ଜିଲ୍ଲାପାଳ, ପିଡି ଡିଆରଡିଏ, ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମସ୍ତ ବିଇଓଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବାଦପୁର ଓ ଶତୃଶୋଳା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଓଏଭି ପରାମର୍ଶଦାତା । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବା ସହ ସିବିଏସଇ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.