ବର୍ଲିନ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଲୌରେସ ସ୍ପୋର୍ଟିଂ ମୁମେଂଟ ପୁରସ୍କାର ମିଳିଛି । ୨୦୧୧ ବିଶ୍ୱକପ କ୍ରିକେଟ ଜିତିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ସଚିନଙ୍କ କାନ୍ଧରେ ବସାଇ ବିଜୟ ଉତ୍ସବ ପାଳନ କରିଥିଲେ ।
ଜର୍ମାନୀର ରାଜଧାନୀ ବର୍ଲନରେ ଲୌରେସ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ କ୍ରୀଡା ମୂହର୍ତ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆର୍ଜେଂଟିନାର ଫୁଟବଲ ଖେଳାଳି ଲିଓନେଲ ମେସୀ ଓ ଫର୍ମୁଲା ୱାନ ଡ୍ରାଇଭର ଲୁଇସ ହାମିଲଟନଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପ୍ରଦାନ କରାଯାଇଛି ।
Comments are closed.