ମାଲକାନଗିରି: ଗୁରୁପ୍ରିୟା ସେତୁରେ ଫାଟ । ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁରେ ଫାଟ ସୃଷ୍ଟି ହୋଇଛି । ସେତୁର ୧୬ ନମ୍ବର ପିଲାରର ଉପର ଗାର୍ଡର ଅଚଳ ହୋଇପଡିଛି । ଗାର୍ଡରର ଯୋଡେଇ ସ୍ଥାନର କାମ ଆରମ୍ଭ ହୋଇଛି । ସେତୁ ଉପରେ ଭାରିଯାନ ଚଳାଳଚ ଯୋଗୁଁ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ପୂର୍ତ୍ତ ବିଭାଗ ପକ୍ଷରୁ ସେତୁ ଉପରେ ସୃଷ୍ଟି ହୋଇଥିବା ଫାଟର ମରାମତି କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ସବୁଠାରୁ ବଡ କଥା ହେଉଛି ମାଲକାନଗିରିର ଲାଇଫ୍ ଲାଇନ୍ କୁହାଯାଉଥିବା ଗୁରୁପ୍ରିୟା ସେତୁର ଉଦ୍ଘାଟନର ଦୁଇ ବର୍ଷ ନ ପୁରୁଣ ଏଭଳି ମରାମତି କାମ ଆରମ୍ଭ ହୋଇଛି । ୧୮୭ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୮ ଜୁଲାଇ ୨୬ରେ ଏହି ସେତୁକୁ ନିର୍ମାଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁର ଉଦ୍ଘାଟନ କରିଥିଲେ । ଫଳରେ ବିଚ୍ଛିନ୍ନାଂଚଳକୁ ବାଟ ଫିଟିଥିଲା । ବିଚ୍ଛିନ୍ନାଂଚଳର ପ୍ରାୟ ୧୦ଟି ପଂଚାୟତକୁ ଏହି ସମ୍ପର୍କର ସେତୁ ଯୋଡୁଛି । ଏହି ସେତୁର ଲମ୍ବ ୯୧୦ ମିଟର ରହିଛି । ଏହି ସେତୁ ଦ୍ୱାରା ବିଚ୍ଛିନ୍ନାଂଚଳର ୧୫୧ଟି ଗାଁର ୨୦ ହଜାରରୁ ଅଧିକ ଲୋକ ଉପକୃତ ହୋଇଥିଲେ ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.