Latest Odisha News

BREAKING NEWS

ବାପା ହେବାକୁ ଯାଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ସୁଇଂ କିଙ୍ଗ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ୍ ବୋଲର ଜାହୀର ଖାଁ ବାପା ହେବାକୁ ଯାଉଛନ୍ତି । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଡାଇରେକ୍ଟର ଅଫ କ୍ରିକେଟ ଅପରେଶନ ଦାୟିତ୍ୱ ତୁଲାଉଛନ୍ତି । ଜାହୀର ଏବଂ ତାଙ୍କ ପତ୍ନୀ ତଥା ଚକ ଦେ ଫେମ୍ ଗର୍ଲ ସାଗରିକା ଘାଟକେ ଏହି ଖୁସି ଖବର କିନ୍ତୁ ପ୍ରଶଂସକଙ୍କ ସହ ଶେୟାର କରି ନାହାନ୍ତି । ଉଭୟ ଏବେ ୟୁଏଇରେ ଅଛନ୍ତି ।

୨୦୧୭ରେ ଜାହୀର-ସାଗରିକା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ମୁମ୍ବାଇ ମିରରରେ ରିପୋର୍ଟସ ମୁତାବକ ସାଗରିକାଙ୍କ ଜଣେ ବନ୍ଧୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଜାହୀରଙ୍କ ଜନ୍ମଦିନ ଉତ୍ସବ ପାଳନ ଅବସରରେ ଏହି କଥା ମୁଁ ଜାଣିଥିଲେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.