Latest Odisha News

୫୦ ବର୍ଷରେ ପ୍ରଥମ, ସାହାରା ମରୁଭୂମିରେ ବନ୍ୟା

ନୂଆଦିଲ୍ଲୀ: ମୋରୋକୋର ସାହାରା ମରୁଭୂମିରେ ଗ୍ରୀଷ୍ମ ଋତୁ ଶେଷ ହେବାକୁ ଯାଉଥିବା ବେଳେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଦେଇଛି।

ଯାହା ଫଳରେ ଶୁଷ୍କ ମରୁଭୂମି ମଧ୍ୟରେ ନୀଳ ଜଳର ହ୍ରଦ ସୃଷ୍ଟି ହୋଇଛି। ନାସା ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି। ଏକ ବିରଳ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ଦକ୍ଷିଣ ପୂର୍ବ ମୋରୋକୋର ଏହି ମରୁଭୂମି ଦୁନିଆର ସବୁଠାରୁ ଶୁଷ୍କ ସ୍ଥାନ ଏବଂ ଗ୍ରୀଷ୍ମ ଋତୁରେ କ୍ୱଚିତ୍ ବର୍ଷା ହୁଏ।

ମୋରୋକୋ ସରକାର କହିଛନ୍ତି ଯେ ସେପ୍ଟେମ୍ବରରେ ଅନେକ ଅଞ୍ଚଳରେ ଦୁଇ ଦିନ ମଧ୍ୟରେ ବାର୍ଷିକ ହାରାହାରି ଠାରୁ ଅଧିକ ବର୍ଷା ହୋଇଛି। ତେବେ ହାରାହାରି ବାର୍ଷିକ ବୃଷ୍ଟିପାତ ୨୫୦ ମିମିରୁ କମ୍ ଅଟେ।

 

Leave A Reply

Your email address will not be published.