Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ରାଜଧାନୀରେ ସିରିଜ୍ ଦୁର୍ଘଟଣା; ବାଇକ, କାର, ଟ୍ରକ୍ ଧକ୍କା

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ଚନ୍ଦ୍ରଶେଖରପୁର ରାସ୍ତାରେ ଏକ ସିରିଜ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଏକ ବ୍ଲୁ ପୋଲୋ କାର୍ ପ୍ରଥମେ ଏକ ବାଇକକୁ ଧକ୍କା ଦେବା ପରେ ଏକ ନାଲି ରଙ୍ଗର ଆଇ୨୦ କାରକୁ ଧକ୍କା ଦେଇଛି ।

ଏହାପରେ ଏହି କାରଟି ଏକ ଟ୍ରକର ପଛପଟକୁ ଧକ୍କା ଦେଇ ରାସ୍ତାର ଡ଼ିଭାଇଡ଼ରରେ ଆଘାତ ଦେଇଛି ।

ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ତୁରନ୍ତ ଆହତ ବ୍ୟକ୍ତି ଜଣକଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି ।

Leave A Reply

Your email address will not be published.