Latest Odisha News

ବିବାହ ପୁର୍ବରୁ ସୈଫ୍‌ଙ୍କ ଆଗରେ କଣ ସର୍ତ୍ତ ରଖିଥିଲେ କରୀନା?

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନ୍‌ ଏବଂ କରୀନା କପୁର ବଲିଉଡ୍‌ର ଲୋକପ୍ରିୟ ଦମ୍ପତି ଭାବରେ ମଧ୍ୟ ଜଣାଶୁଣା। ସେମାନଙ୍କର ବିବାହକୁ ଏହା ଭିତରେ ଆଠ ବର୍ଷ ବିତିଗଲାଣି। ସୈଫ୍‌ ଅଲ୍ଲୀ ଖାନ ଏବଂ କରୀନା କପୁର ୧୬ ଅକ୍ଟୋବର ୨୦୧୨ ରେ ବିବାହ କରି କରିଥିଲେ। ଦୀର୍ଘ ଦିନ ଧରି ଡେଟ୍‌ କରିବା ପରେ ଏହି ଦିନ ଦୁହେଁ ପରସ୍ପରକୁ ବିବାହ କରିଥିଲେ।

ଆଜି ତାଙ୍କର ଅଷ୍ଟମ ବିବାହ ବାର୍ଷିକୀ।  ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ କରୀନା କପୁରଙ୍କ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ୨୦୦୮ ମସିହାରେ ନିର୍ଦ୍ଦେଶକ ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ଚଳଚ୍ଚିତ୍ର ‘ଟସନ’ଙ୍କ ସୁଟିଂ ସମୟରେ ଉଭୟଙ୍କ ଭେଟ ହୋଇଥିଲା।

ଏହି ଚଳଚ୍ଚିତ୍ରରେ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ବ୍ୟତୀତ ଅକ୍ଷୟ କୁମାର ଏବଂ ଅନିଲ କପୁର ମୁଖ୍ୟ ଭୂମିକାରେ ଅଭିନୟରେ କରିଥିଲେ। ଫିଲ୍ମ ‘ଟସନ’ ବକ୍ସ ଅଫିସରେ ବିଶେଷ ସଫଳ ହୋଇ ନଥିଲେ ମଧ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ କରୀନା କପୁରଙ୍କ ପ୍ରେମ କାହାଣୀର ମୂଳଦୁଆ ପଡ଼ିଥିଲା।

ଏହି ଚଳଚ୍ଚିତ୍ର ପରେ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ କରୀନା କପୁର ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ ଏବଂ ଏହାପରେ ଉଭୟ ୧୬ ଅକ୍ଟୋବର ୨୦୧୨ରେ ବିବାହ କରିଥିଲେ। ତେବେ ବିବାହ ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ କରୀନା କପୁରଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

କରୀନା କପୁର ଏକ ମିଡିଆ ସାକ୍ଷାତକାରରେ ତାଙ୍କ ପ୍ରେମ କାହାଣୀ ବିଷୟରେ କହିଥିଲେ ଯେ ସେ ସୈଫ୍‌ଙ୍କୁ ବିବାହ କରିବା ପାଇଁ ଘରୁ ପଳାଇବାକୁ ଚିନ୍ତା କରିଥିଲେ। କରୀନା କପୁର କହିଥିଲେ, ‘ଆମର ଗୋପନ ସମ୍ପର୍କକୁ ନେଇ ଆମେ ବହୁତ ଚିନ୍ତିତ ଥିଲୁ। ତେଣୁ ଆମେ ଆମ ପରିବାରକୁ ଧମକ ମଧ୍ୟ ଦେଇଥିଲୁ ଯେ ଯଦି ଆମ ବିବାହ ମିଡିଆ ପରିସରଭୁକ୍ତ ହୁଏ, ତେବେ ଆମେ ଘରୁ ପଳାଇବୁ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ‘ମୁଁ ସୈଫ୍‌ଙ୍କୁ ମୋର ଜୀବନ ସାଥୀ ଭାବରେ ବାଛିଥିଲି କାରଣ ମୁଁ ଜଣେ ଆତ୍ମନିର୍ଭରଶୀଳ ମହିଳାଙ୍କ ପରି ବଞ୍ଚିବାକୁ ଚାହୁଁଥିଲି। ବିବାହ ପରେ ମଧ୍ୟ ମୁଁ କାମ କରିବାକୁ ଚାହୁଁଥିଲି ଏବଂ ସୈଫ୍‌ ଏହାକୁ ଗ୍ରହଣ କରିଥିଲେ। କରୀନା ତାଙ୍କ ବୈବାହିକ ଜୀବନରେ ବେଶ୍‌ ଖୁସି ଅଛନ୍ତି ଏବଂ ସେ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି।

Comments are closed.