Latest Odisha News

BREAKING NEWS

ପଦ୍ମଶ୍ରୀ କିଣିବା ଅଭିଯୋଗକୁ ଖଣ୍ଡନ କରି ଏମିତି କହିଥିଲେ ସୈଫ ଅଲ୍ଲୀ ଖାନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ୨୦୧୦ ଭାରତର ଚତୁର୍ଥ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହିତ ତାଙ୍କ ଉପରେ ପଦ୍ମଶ୍ରୀ କିଣିବା ଅଭିଯୋଗ ମଧ୍ୟ ହୋଇଥିଲା। ସୈଫ ଅଲି ଖାନ କହିଛନ୍ତି ଯେ ପଦ୍ମଶ୍ରୀ କିଣିବା ଅଭିଯୋଗ ଭୁଲ ଏବଂ ସେ ଭାରତ ସରକାରଙ୍କୁ ଲାଞ୍ଚ ଦେଇପାରିବ ନାହିଁ।

ଅରବାଜ ଖାନଙ୍କ ଚାଟ୍ ସୋ’ରେ ସୈଫ ଅଲ୍ଲୀ ଖାନ ଏହି ଖୁଲାସା କରିଛନ୍ତି। ଜଣେ ଟ୍ର‌ୋଲରଙ୍କ ମନ୍ତବ୍ୟ ପଢିବା ସମୟରେ ସେ ଏହା କହିଥିଲେ।

ସୈଫ ଅଲି ଖାନ ଆହୁରି ମଧ୍ୟ କହିଛନ୍ତି ଯେ ପଦ୍ମଶ୍ରୀ କିଣିବା ତାଙ୍କ ପକ୍ଷେ ଅସମ୍ଭବ ଅଟେ। ଏହା କହିବାବେଳେ ସୈଫ ଅଲି ଖାନ କହିଛନ୍ତି ଯେ ମୁଁ ଭାରତ ସରକାରଙ୍କୁ ଲାଞ୍ଚ ଦେଇ ପାରିବି ନାହିଁ। ଏଥିପାଇଁ ଆପଣଙ୍କୁ ଆଉ କିଛି ବରିଷ୍ଠ ବ୍ୟକ୍ତିଙ୍କ ସହ କଥା ହେବାକୁ ପଡ଼ିବ। ୨୦୧୯ ରେ ଏକ ସାକ୍ଷାତକାରରେ ସେ ଏହା କହିଥିଲେ।

ପ୍ରାରମ୍ଭରେ ସୈଫ ଅଲ୍ଲୀ ଖାନ ପଦ୍ମଶ୍ରୀ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେ ବିଶ୍ୱାସ କରୁଥିଲେ ଯେ ତାଙ୍କ ଅପେକ୍ଷା ଅନେକ ଲୋକ ଏହି ପୁରସ୍କାର ପାଇବାକୁ ଯୋଗ୍ୟ। ଏହା କହିବାବେଳେ ସେ କହିଥିଲେ, ‘ଅନେକ ବରିଷ୍ଠ କଳାକାର ଥିଲେ ଯେଉଁମାନେ ପାଇ ନଥିଲେ। ଏହି ପୁରସ୍କାର ମୋ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଥିଲା। ଏହି ପୁରସ୍କାର ପାଇଥିବା ଅନେକ ଲୋକ ଥିଲେ, ଯେଉଁମାନେ ଭାବୁଥିଲେ ସେମାନେ ମୋ ଠାରୁ ଅଧିକ ଯୋଗ୍ୟ କିନ୍ତୁ ମୁଁ ଏସବୁ ଭିତରକୁ ଯିବାକୁ ଚାହୁଁନଥିଲି। ‘

Comments are closed.